ସ୍ୱାଭିମାନ ଅଞ୍ଚଳରେ ହେବ ପୁଷ୍ପା-2 ସୁଟିଂ

ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାରାଜ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ସାଉଥ୍‌ ସୁପରହିଟ୍‌ ଫିଲ୍ମ ପୁଷ୍ପାର ପାର୍ଟ-2 । ସୁଟିଂ ପାଇଁ ଓଡ଼ିଶା ଆସିବେ ପୁଷ୍ପାରାଜ ତଥା ସାଉଥ୍‌ ଷ୍ଟାଇଲିସ୍‌ ଷ୍ଟାର ଅଲୁ ଅର୍ଜୁନ । ସ୍ୱାଭିମାନ ଅଞ୍ଚଳର ଝୁଲାପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲ୍‌େଓ୍ଵରେ ନିର୍ମାଣଧୀନ ପୋଲ ନିକଟରେ ସୁଟିଂ ହେବ ।

ଏଥିପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅନୁମତି ମାଗିଛି ପ୍ରଯୋଜନା ସଂସ୍ଥା । ମୈତ୍ରୀ ମୁଭି ମେକର୍‌ ସଂସ୍ଥାର ଏକ ଟିମ୍‌ ଗତ ମାସେ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ପରେ ଜାଗା ପସନ୍ଦ କରିବା ସହ ସୁଟିଂ ପାଇଁ ପ୍ରଶାସନର ଅନୁମତି ନେଇଛନ୍ତି । ମୈତ୍ରୀ ମୁଭି ମେକର୍‌ ସଂସ୍ଥାର ଫାଇଟ୍‌ ମାଷ୍ଟର ପିଟର ହାଇନସ୍‌, ସହକାରୀ ପ୍ରଯୋଜକ ଶୁଭ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କଳା ନିର୍ଦେଶକ ରାମକ୍ରିଷ୍ଣା ପ୍ରମୁଖ ପହଂଚି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିଛନ୍ତି । ଆସନ୍ତା ମେ ପ୍ରଥମ ସପ୍ତାହରେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ ହେବ । ପୁଷ୍ପା-2 ସୁଟିଂ ଖବର ପାଇ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ ।

ପୂର୍ବରୁ ମଧ୍ୟ ଫିଲ୍ମ ନିର୍ମାତା ଟ୍ୱିଟରରେ ‘ପୁଷ୍ପା ୨’କୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଅଲୁଙ୍କ ଝଲକ ଦେଖିବାକୁ ମିଳିଥିଲା । ଟିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଥିଲା , ‘The search ends soon’। ସୋସିଆଲ ମିଡିଆରେ ଅଲୁ ଅର୍ଜୁନ ଏବଂ ‘ପୁଷ୍ପା-ଦି ରୁଲ୍‌’ ଏହି ସମୟରେ ଟ୍ରେଣ୍ଡ କରୁଛି। ଫିଲ୍ମର ନିର୍ଦ୍ଦେଶକଙ୍କ ଅନୁସାରେ, ‘ପୁଷ୍ପା ୨’ରେ କେମିଓ ରୋଲ୍‌ରେ ସଲମାନ ଖାନ ଓ ଅଜୟ ଦେବଗନଙ୍କର ଏଣ୍ଟ୍ରି ହୋଇପାରେ।

କହି ରଖୁଛୁ, ଫିଲ୍ମ ‘ପୁଷ୍ପା- ଦି ରାଇଜ୍‌’ ୨୦୨୨ ଜାନୁୟାରୀରେ ରିଲିଜ୍‌ ହୋଇଥିଲା ଏବଂ ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା। ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲେ। ଲୋକମାନେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଥିଲେ। ପ୍ରାୟ ୨୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ୩୫୦ କୋଟିରୁ ଅଧିକ ଆୟ କରିଥିଲା।

Spread the love