ପାନ୍‌ କାର୍ଡରେ ଆଧାର ଲିଙ୍କ ନକଲେ ଦେବାକୁ ପଡ଼ିବ ଜୋରିମାନା

ନୂଆଦିଲ୍ଲୀ  : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଦ୍ୱାରା ୨୦୨୨ ମାର୍ଚ୍ଚ ୨୯ ତାରିଖରେ ଜାରି କରାଯାଇଥିବା ଏକ ଅଧିସୂଚନା ଦ୍ୱାରା ସମୟସୀମା ସରିବାର ୩ ମାସ ମଧ୍ୟରେ ପାନ୍‌ କାର୍ଡ ସହିତ ୨୦୨୨ ଏପ୍ରିଲ ୧ ତାରିଖରୁ ୨୦୨୨ ଜୁନ ୩୦ ତାରିଖ  ଆଧାର କାର୍ଡ ଲିଙ୍କ କଲେ ୫୦୦ ଟଙ୍କା ଜୋରିମାନା ଓ ଏହି ସମୟ ପରେ ଲିଙ୍କ କଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଆୟକର ଅଧିନିୟମ ୧୯୬୧ରେ ଧାରା ୨୩୪କୁ ଲଗାଇବା ପାଇଁ ଏହା ଉପସ୍ଥାପନ କରାଯାଇଥିଲା। ଏବେ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ତାରିଖ ପରେ ଆଧାର କାର୍ଡରେ ପାନ୍‌ କାର୍ଡ ଲିଙ୍କ କଲେ ଜୋରିମାନା ଦେବାକୁ ପଡ଼ିବ। କିନ୍ତୁ ପୂର୍ବରୁ ଏଭଳି କୌଣସି ନିୟମ ନଥିଲା।

ଜୋରିମାନା ଲାଗିବା ଛଡ଼ା ଯଦି ପାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ ନହୋଇଛି ତାହେଲେ ପାନ୍‌ କାର୍ଡ ଡିଏକ୍ଟିଭେଟ ହୋଇଯିବ । ଥରେ ଯଦି ପାନ୍‌ କାର୍ଡ ଡିଆକ୍ଟିଭେଟ ହୋଇଗଲା ତାହେଲେ ଯେଉଁଠି ପାନକାର୍ଡର ବିସ୍ତୃତ ବିବରଣୀ ଥିବ ସେଠାରେ ଜଣେ ବ୍ୟକ୍ତି ଆର୍ଥିକ ନେଣଦେଣ କରିପାରିବେ ନାହିଁ। ଏଥିରେ ମ୍ୟୁଚୁଆଲ ଫଣ୍ଡ, ଷ୍ଟକ, ଫିକ୍ସଡ ଡିପୋଜିଟ ଆଦିରେ ନିବେଶ ସାମିଲ ରହିଛି । ଏବେ ବ୍ୟାଙ୍କ, ମ୍ୟୁଚୁଆଲ ଫଣ୍ଡ, ଷ୍ଟକବ୍ରୋକର ଭଳି ଅନେକ ଆର୍ଥିକ ସଂସ୍ଥା ନିଜର ଗ୍ରାହକମାନଙ୍କୁ ଇମେଲ ପଠାଇ ଆଧାରରେ ପାନ୍‌ କାର୍ଡ ଲିଙ୍କ କରିବାକୁ ମନେପକାଇ ଦେଉଛନ୍ତି ।

ଜାଣନ୍ତୁ କେମିତି କରିବେ କାର୍ଡ ସହିତ ଆଧାର ଲିଙ୍କ ?

ସର୍ବ ପ୍ରଥମେ ଆୟକର ୱେବସାଇଟକୁ ଯାଆନ୍ତୁ

ଆଧାର ଲିଙ୍କ ସେକସନରେ କ୍ଲିକ କରନ୍ତୁ ।

ଏବେ ଆପଣ ଆଧାର କାର୍ଡ ନମ୍ୱର ପାନ କାର୍ଡ ନମ୍ୱର ଓ ନିଜ ନାଁ ଲେଖନ୍ତୁ।

ଏହା ପରେ ଲିଙ୍କ ଆଧାର ଅପ୍ସନରେ କ୍ଲିକ କରନ୍ତୁ । ଏହି ପ୍ରକ୍ରିୟା ପୁରା ହେବା ପରେ ଆପଣଙ୍କ ଆଧାର କାର୍ଡ ସହିତ ପାନ୍‌ କାର୍ଡ ଲିଙ୍କ ହୋଇଯିବ ।

Spread the love