ଶିଖ ବ୍ୟବସାୟୀଙ୍କୁ ମାଡ଼ ଘଟଣା: ବିଧାୟକ ଓ ଡିଏସପିଙ୍କ ନାଁରେ ଥାନାରେ ଏତଲା

ବିଧାୟକ  ଅନନ୍ତ ଜେନା  ଓ ପୋଲିସ ଅଧିକାରୀ ଅନୁପ କାନୁନଗୋ ରାତି 2ଟାରେ ପରମିନ୍ଦର ସିଂଙ୍କ ବାସଭବନକୁ ଯାଇ ତାଙ୍କୁ ଧମକେଇବା, କେସ ଉଠେଇବା ପାଇଁ  ବାଧ୍ୟ କରିବା  ଅଭିଯୋଗରେ ବିଜେପି ମଧ୍ୟ ଭୁବନେଶ୍ୱର ତରଫରୁ ଲକ୍ଷ୍ମୀସାଗର ଥାନାରେ  ଏତଲା ଦେଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।  ଏହାସହ ବିଳମ୍ବିତ ରାତିରେ ପରବିନ୍ଦରଙ୍କ ଘରକୁ ଯାଇଥିଲେ ତାର ନିରପେକ୍ଷ ତଦନ୍ତ ମଧ୍ୟ ଦାବି କରିଛନ୍ତି ଜଗନ୍ନାଥ ।  ପ୍ରକାଶ ଥାଉକି, ଗତକାଲି ରାତିରେ ପରବିନ୍ଦର ସିଂଙ୍କ ଘରକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଏବଂ ଡିଏସ୍‌ପି ଅନୁପ କାନୁନଗୋ ଯିବାର ସିସିଟଭି ଫୁଟେଜ ଭାଇରାଲ ହୋଇଥିଲା ।

ସୂଚନା ଯୋଗ୍ୟ, କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଟ୍ରାଫିକ ନିକଟରେ ଜଣେ  ଶିଖ ବ୍ୟକ୍ତିଙ୍କୁ ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ପରମିନ୍ଦର ସିଂ କହିଛନ୍ତି ପୁଲିସ କୋହଳ ଦଫା ଲଗାଇ ଥିବାରୁ ସେମାଙ୍କ ବେଲ ମିଳିଯାଇଛି । ଏହା ବ୍ୟତୀତ ସେ ଆଉକିଛି ସିସିଟିଭି ଫୁଟେଜ ମଧ୍ୟ ଦାଖଲ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

Spread the love