ଏସଏଚଜି ଗ୍ରୁପର ମହିଳାଙ୍କ ସମେତ ସାମ୍ୱାଦିକଙ୍କୁ ଦୁର୍ବବ୍ୟହାର, ଥାନାରେ ମାମଲା

ଜଗତସିଂହପୁର, ୩୧।୦୩: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ କାର୍ଯ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ବିଡ଼ିଓ କିମ୍ବା ଅନ୍ୟ କର୍ମଚାରୀମାନେ ଆସୁନାହାନ୍ତି । ଯାହାଫଳରେ ବିଭିନ୍ନ ସମସ୍ୟା ତଥା ଆପତ୍ତି ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରୁଛନ୍ତି । ଏପରିକି ଏ ବାବଦରେ ବିଡ଼ିଓଙ୍କୁ ଜଣାଇଲେ ଲୋକଙ୍କୁ ଗାଳି ଦେବା ସହ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହେଉଛି । କେବଳ ସାଧାରଣ ଜନତା ନୁହଁନ୍ତି ଲୋକ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିଲେ ରାଗି ପାଞ୍ଚି କୋପାନଳ ହେଉଛନ୍ତି ବିରିଡି ବିଡ଼ିଓ ହେମନ୍ତ କୁମାର ମହାନ୍ତ ।

ଆଜି କିଛି ଏସଏଚଜିଗ୍ରୁପର ମହିଳା ସେମାନଙ୍କର କିଛି ସମସ୍ୟା ନେଇ ସମ୍ପୃକ୍ତ ବିଡ଼ିଓଙ୍କ ପାଖକୁ ଆସିଥିବା ବେଳେ ବିଡ଼ିଓ ସେମାନଙ୍କୁ ଦୁର୍ବବ୍ୟହାର କରିବା ସହ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । କିଛି ଗଣମାଧ୍ୟମର ବୁମ ଠେଲି ଦେବା ସହ ଧମକ ମଧ୍ୟ ଦେବାକୁ ପଛେଇ ନଥିଲେ ବିଡିଓ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଏସଏଚଜି ଗ୍ରୁପର ମହିଳାମାନେ ବିଡ଼ିଓଙ୍କ ବିରୁଦ୍ଧରେ ବିରିଡି ଥାନାରେ ଏତାଲା ଦେଇଛନ୍ତି । ଥାନା ଅଧିକାରୀ ଏତଲା ଗ୍ରହଣ କରି ଘଟଣାର ତଦନ୍ତ କରି ପଦକ୍ଷପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଲୋକଙ୍କ ସେବା କରିବା ପାଇଁ ନିୟୋଜିତ ହୋଇଥିବା ଜଣେ ଓଏଏସ ଅଫିସର ଯଦି ବାରମ୍ବାର ଏପରି ବ୍ୟବହାର କରିବେ ତାହେଲେ ସାଧାରଣ ଜନତାଙ୍କ ସମସ୍ୟା କଥା କିଏ ବୁଝିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love