ଡେଲାଙ୍ଗ ତହସିଲଦାରଙ୍କ ଦୁର୍ବ୍ୟବହାର ଘଟଣା : ଥାନାରେ ରୁଜୁ ହେଲା ମାମଲା

ଡେଲାଙ୍ଗ ୧୫।୭: ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲଦାରଙ୍କ ନାମରେ ରୁଜୁ ହେଲା ମାମଲା । ଡେଲାଙ୍ଗ ଜେନାପୁର ପଞ୍ଚାୟତର ସୁସ୍ମିତା ଜେନାଙ୍କୁ ତହସିଲଦାର ନିବେଦିତା ପରିଡ଼ା କରିଥିବା ଦୁର୍ବ୍ୟବହାର ଘଟଣାରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୁଖ୍ୟ ଗଣମାଧ୍ୟମର ଶିରୋନାମ ପାଲଟିଥିଲା । ଏନେଇ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା, ଅତିରିକ୍ତ ତହସିଲଦାର ରଞ୍ଜନ ନାୟକ, ମୁଖ୍ୟ କିରାଣୀ କାର୍ତ୍ତିକ ସେଠୀ ଏବଂ ରାଜସ୍ବ ବିଭାଗର ମିଶ୍ର ବାବୁଙ୍କ ନାମରେ IPC ୧୮୬୦ ଧାରା ଅନୁଯାୟୀ ୫୦୯ ,୫୦୬, ୩୪ରେ ମାମଲା ରୁଜୁ ହୋଇଛି ।

Spread the love