ପ୍ରସିଦ୍ଧ ବ୍ୟବସାୟୀ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଦେଶର ଜଣାଶୁଣା ଉଦ୍ୟୋଗପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଡାକ୍ତର । ମହିଳା ଡାକ୍ତର ମୁମ୍ବାଇ ବିକେସି ପୋଲିସ ଷ୍ଟେସନରେ ଜିନ୍ଦଲଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମହିଳାଙ୍କ ଅଭିଯୋଗ ଯେ, ବିଦେଶରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍ ସମୟରେ ଦୁହିଁଙ୍କର ଭେଟ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢିଥିଲା । ଏହାର ସୁଯୋଗ ନେଇ ସଜ୍ଜନ ଜିନ୍ଦଲ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ୨୦୨୨ ରେ ଘଟିଥିଲେ ଏବେ ଅଭିଯୋଗକାରୀ ଏବେ ଏଫଆଇଆର ଦାଏର କରିଛନ୍ତି । ମହିଳା ଡାକ୍ତରଙ୍କ ଅଭିଯୋଗ ମୁତାବକ, ୨୦୨୧ରେ ସେ ନିଜ ଭାଇଙ୍କ ସହ ବିଦେଶରେ ହେଉଥିବା ଏକ କ୍ରିକେଟ ମ୍ୟାଚ ଦେଖିବାକୁ ଭିଆଇପି ବକ୍ସରେ ବସିଥିବାବେଳେ ସଜ୍ଜନ ଜିନ୍ଦଲଙ୍କ ସହ ତାଙ୍କର ଦେଖାହୋଇଥିଲା । ଦୁହିଁଙ୍କ ମଧ୍ୟ ରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ମୋବାଇଲରେ କଥା ମଧ୍ୟ ଲଗାତାର ହୋଇଥିଲା । ତାଙ୍କର ନିଜ ସ୍ତ୍ରୀଙ୍କ ସହ ସମ୍ପର୍କ ଭଲ ନାହିଁ କେବଳ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଛନ୍ତି ବୋଲି ମହିଳାଙ୍କୁ କହିଥିଲେ ସଜ୍ଜନ ଏବଂ ତାଙ୍କୁ ଭେଟିବାକୁ ହୋଟେଲକୁ ଡାକିଥିଲେ । ଏଥିପାଇଁ ମହିଳା ଡାକ୍ତର ୨୦୨୧ ଡିସେମ୍ବର ୨୪ ତାରିଖରେ ହୋଟେଲ ତାଜ୍ ଲ୍ୟାଣ୍ଡସରେ ଏକ ସୁଇଟ୍ ବୁକ୍ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇଥିଲା । ଦୁହିଁଙ୍କର ବ୍ୟବସାୟକୁ ନେଇ ମୁମ୍ବାଇରେ ମଧ୍ୟ ଅନେକ ସମୟରେ ଦେଖାହୁଏ । ଏହି ସମୟରେ ସଜ୍ଜନ ତାଙ୍କୁ ଯୌନ ଉତ୍ପୀଡନ କରିଥିବା ମହିଳା ଡାକ୍ତର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

କେବଳ ଏତିକି ନୁହେଁ ମହିଳାଙ୍କୁ ଅଫିସର ପେଣ୍ଟ ହାଉସ୍ ବୁଲାଇବାକୁ ନେବା କହି ୨୦୨୨ ଜାନୁଆରୀ ୨୪ରେ ତାଙ୍କୁ ଦୁଷ୍କର୍ମ କରିଥିଲେ ସଜ୍ଜନ । ପୀଡିତା ଏନେଇ ଫେବୃଆରୀରେ ବିକେସି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପୋଲିସ ଏହାକୁ ଏଫଆଇଆରରେ ବଦଳାଇନଥିଲା । ତେଣୁ ସେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଘଟଣାର ଗମ୍ଭୀରତାକୁ ବିଚାର କରି ଏଫଆଇଆର ଦାଏର କରିବାକୁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ପୋଲିସ ଏଫଆଇଆର ଦାଏର କରିଥିଲେ ବି ପଚରାଉଚୁରା ପାଇଁ ଏଯାଏଁ କାହାକୁ ଡାକିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା ଡାକ୍ତର ।

Spread the love