ରାୟପୁର ବିଜୁଳି ବିଭାଗ ସବଡିଭିଜନ ଅଫିସରେ ଅଗ୍ନିକାଣ୍ଡ: ଜଳିପୋଡି ପାଉଁଶ ହୋଇଗଲା ଟ୍ରାନ୍ସଫର୍ମର

ଟ୍ରାନ୍ସଫରର୍ମରର ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟପୁର ଘୁଢିୟାରୀ ଥାନା ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ସବଡିଭିଜନ ବିଭାଗରେ । ଦେଖୁ ଦେଖୁ ଚାରିଆଡେ ଧୂଆଁମୟ ପରିବେଶ ଦେଖିବାକୁ ମିଳିଥିଲା । କେହି କିଛି କାରଣ ବୁଝିବା ଆଗରୁ ନିଁଆ ଚାରଆଡେ ବ୍ୟାପି ଯାଇଥିଲା । ସୂଚନା ଅନୁଯାୟୀ ଦୁର୍ଘଟଣାରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ରହିଛନ୍ତି । କେଉଁ କାରଣ ଯୋଗୁଁ ନିଁଆ ଲାଗିଥିବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥବା ବେଳେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ନିଁଆକୁ ଆୟତ୍ତକରିଥିଲେ ।

Spread the love