କୋଲକତା ବିମାନବନ୍ଦରରେ ଅଗ୍ନିକାଣ୍ଡ

କୋଲକତା ସୁବାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଗ୍ନିକାଣ୍ଡ । ଡିପାଚର ସେକସର ସିକ୍ୟୁରିଟି ଚେକ୍ ନିକଟରେ ଏହି ନିଆଁ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରାଯାଇଛି । ରାତି ପ୍ରାୟ ୯ଟା ୧୫ରେ ଏହି ନିଆଁ ଲାଗିଥିଲା । ଫଳରେ ଯାତ୍ରୀଙ୍କୁ ତୁରନ୍ତ ସେଠରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଏହା ସହ ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା । ୬ରୁ ଅଧିକ ଦମକଳ ନିଆଁଲିଭା କାମରେ ଲାଗିଥିଲେ । ପ୍ରାୟ ଅଧଘଣ୍ଟା ପରେ ଏହି ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ପୁଣି ରାତି ୧୦ଟା ୧୫ ବେଳକୁ ସିକ୍ୟୁରିଟି ଚେକ୍ ଇନ୍ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଥିଲା । ତେବେ କାହିଁକି ଓ କେମିତି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସର୍କସର୍କିଟ ଯୋଗୁଁ ନିଆଁଲାଗିଥିବା କୁହାଯାଉଛି । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Spread the love