ସାହାରା କ୍ୟାମ୍ପସରେ ଅଗ୍ନିକାଣ୍ଡ

ରସୁଲଗଡ଼ ସ୍ଥିତ ସାହାରା କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଟି ଦୋକାନ ଜଳିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗି ଅନ୍ୟ ୨ଟିକୁ ବ୍ୟାପିଥିଲା।

ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଆଜି ପ୍ରାୟ ଦିନ ୩ଟାରେ ମାର୍କେଟ କମ୍ପ୍ଲେକ୍ସର ଗୋଟିଏ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ  ନିଆଁ ପାଖ ଦୋକାନକୁ ବ୍ୟାପି ଯାଇଥିଲା।

Spread the love