ସୋର ରେଳ ଷ୍ଟେସନର ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ

ବାଲେଶ୍ବର : ସୋର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ l ଗାଡିଟି କଟକ ନିର୍ଗୁଣ୍ଡିରୁ ପଶ୍ଚିମବଙ୍ଗ ଦୁର୍ଗାପୁର ଅଭିମୁଖେ ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ନିକଟରେ ଷ୍ଟେସନ କର୍ମଚାରୀ ଗାଡ଼ିରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ପରେ ଷ୍ଟେସନ ମାଷ୍ଟର ଗାର୍ଡ ଓ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ ଗାଡିଟି ସୋର ଷ୍ଟେସନରେ ଅଟକିଥିଲା। ରେଳ କର୍ମଚାରୀଙ୍କ ତରଫରୁ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
 

Spread the love