ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ଚଣ୍ଡିଗଡ-କୋଚୁଭେଲି ଏକ୍ସପ୍ରେସରେ ଲାଗିଛି ନିଆଁ

ରେଳ ଷ୍ଟେସନରେ ଭୟାଭହ ଅଗ୍ନିକାଣ୍ଡ । ଦେଶର ରାଜଧାନୀ ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ ଦୁର୍ଘଟଣା । ପ୍ଲାଟଫର୍ମରେ ଠିଆ ହୋଇଥିବା ଚଣ୍ଡିଗଡ-କୋଚୁଭେଲି ଏକ୍ସପ୍ରେସର ବଗିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଏବେ ଦମକଳ ବାହିନୀର ୪ଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ମୁତାବକ, ଦିନ ପାଖାପାଖି ୨ଟା ସମୟରେ ଷ୍ଟେସନରେ ଲାଗିଥିବା ଚଣ୍ଡିଗଡ-କୋଚୁଭେଲିଲି ଏକ୍ସପ୍ରେସର ବଗିରେ  ଭୀଷଣ ନିଆଁ ଲାଗିଥିବା ଜଣା ପଡିଛି। ତେବେ ନିଆଁର ପ୍ରକୋପ ଏତେ ଭୟାବହ ରହିଛି କି ଟ୍ରେନର କିଛି ବଗି ଏବେବି ହୁତୁହୁତୁ ହୋଇ ଜଳିବାରେ ଲାଗିଛି ।   ତେବେ ନୂଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ରେଳ ଷ୍ଟେସନର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ନିଆଁ ଚଣ୍ଡିଗଡ-କୋଚୁଓ୍ବେଲି ଏକ୍ସପ୍ରେସର ପାଓ୍ବାର କାର ବଗିରେ ଲାଗିଛି । ଟ୍ରେନଟି ନୂଆ ଦିଲ୍ଲୀ ରେଲଓ୍ବେ  ଷ୍ଟେସନର ପ୍ଲାଟଫର୍ମ ନମ୍ବର ଆଠରେ ଠିଆ ହୋଇଥିଲା । ତେବେ ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଦମକଳ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

Spread the love