ସୀମାନ୍ତରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଧିନରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀମାନ‌େ ଫେରାର ହୋଇଯାଇଥିବା ବେଳେ ସେଠାରୁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି।
ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅନ୍ତର୍ଗତ ପୋଟେନାର ଓ କେଶାମୁଣ୍ଡି ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଉପସ୍ଥିତ ଥିଲେ। ସେହି ଜଙ୍ଗଲରେ ମାଓ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏହି ବିଷୟରେ ପୁଲିସ ଖବର ପାଇବା ପରେ ଆଜି ସକାଳୁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପୁଲିସ ଆସିବାର ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ପୁଲିସ ଭାରି ପଡିବାର ଦେଖି ମାଓବାଦୀମାନ‌େ ସେଠାରୁ ଛତ୍ରଭଙ୍ଗ ଦେଇଥି‌ଲେ। ଏହାପରେ ପୁଲିସ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୁଲିସମାନ‌େ ସୁରକ୍ଷିତ ରହିଥିବା ଜଣାପଡିଛି।

Spread the love