ଚାଷୀଙ୍କ ପାଇଁ ଖୁସି ଖବର: ନୂଆଁଖାଇରେ ମିଳିବ ପିଏମ କିଷାନ ଯୋଜନାର ପ୍ରଥମ ସହାୟତା ରାଶି

ଭୁବନେଶ୍ୱର : ନୂଆଁଖାଇରେ ମିଳିବ ପିଏମ କିଷାନ ଯୋଜନା ସହାୟତା ରାଶି । ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ମିଳିବ ସହାୟତା ରାଶି । ବିଧାନସଭାରେ କୃଷିବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଚଳିତ ଆର୍ଥିକ ବର୍ଷରେ କେବଳ କୃଷି କ୍ଷେତ୍ର ପାଇଁ ସରକାର ୧୩ହଜାର ୧୭୮. ୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସିଏମ କିଷାନ ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଋତୁ ଆରମ୍ଭରେ ୨ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ରାଜ୍ୟର ଭୂମିହୀନ କୃଷକ ପରିବାରକୁ ତିନିଟି କିସ୍ତିରେ ୧୨ହଜାର ୫ଶହ ଟଙ୍କାର ଜୀବିକା ନିର୍ବାହ ସହାୟତା ପ୍ରଦାନ କରାଯିବ । ସମୃଦ୍ଧ କୃଷକ ଯୋଜନାରେ ସରକାର ଚାଷୀମାନଙ୍କ ଠାରୁ ୩୧ଶହ ଟଙ୍କାରେ ଧାନ କିଣିବେ । ଯାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ୮ଶହ ଟଙ୍କା ଅଧିକ । ଏହି ଯୋଜନାରେ ସରକାର ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Spread the love