ଆଜି ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା

ପୁରୀ : ଆଜି ଅନୁଷ୍ଠିତ ହେବ ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ସମନ୍ଵୟ ବୈଠକ। ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ରଥ ସମନ୍ଵୟ କମିଟି ବୈଠକ। ଦଇତାପତି ସେବାୟତଙ୍କ ସମେତ ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଏହି ବୈଠକରେ ଯୋଗଦେବେ। ବିଭିନ୍ନ ବିଭାଗର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବେ।

ଏଥିସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ। ଚଳିତ ବର୍ଷ ଜୁନ୍‌ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ଗତ ସପ୍ତାହରେ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏ ନେଇ ସବୁ ଅଧିକାରୀଙ୍କୁ ଡେଡ ଲାଇନ ଦେଇଥିଲେ । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ପ୍ରସ୍ତୁତ ଅଛନ୍ତି ତାହା ଆଜିର ବୈଠକରେ ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ରଥଯାତ୍ରା ସମୀକ୍ଷା ବୈଠକ ।

Spread the love