ତେଲ ଦର ହ୍ରାସ ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ତେଲ ଉପରେ ଉତ୍ପାଦନ ଶୁଳ୍କ  ହ୍ରାସ ମାମଲାରେ କରିଥିବା ଟିପ୍ପଣୀକୁ ପ୍ରତ୍ୟାହାର କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ। ରବିବାର ଚିଦାମ୍ବରମ ସ୍ଵୀକାର କରିଛନ୍ତି, ସରକାରଙ୍କ ଦ୍ଵାରା ଇନ୍ଧନ ମୂଲ୍ୟ ହ୍ରାସ ବିଷୟରେ ସେ ଯାହା କହିଛନ୍ତି ତାହା ଭୁଲ୍ ଥିଲା। ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଉତ୍ପାଦନ ଶୁଳ୍କ ହ୍ରାସର ଅଧିସୂଚନା ମିଳି ଯାଇଛି। ମୁଁ ଗତକାଲି ଯାହା କହିଥିଲି, ସେଥିରେ ତଥ୍ୟ ଭୁଲ୍ ଅଛି। ଉତ୍ପାଦ ଶୁଳ୍କ ହ୍ରାସର ପୂରା ଆର୍ଥିକ ବୋଝ କେନ୍ଦ୍ର ସରକାର ବହନ କରିବେ। ଏହା କେନ୍ଦ୍ର ଦ୍ଵାରା ହ୍ରାସ କରାଯାଇଥିବା ଟ୍ୟାକ୍ସ ଅଟେ । ଏଥିପାଇଁ ମୁଁ ନିଜର ତଥ୍ୟ ଠିକ୍ କରୁଛି ବୋଲି ଚିନ୍ଦାମ୍ବରମ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଦର ବୃଦ୍ଧି ଘଟିଛି। ଏହି କାରଣରୁ ଦେଶରେ ଇନ୍ଧନ ଦାମ ବଢିଛି। ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର  ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଏଥିସହ ରାଜ୍ୟଗୁଡିକୁ ଜନତାଙ୍କୁ ଆଶ୍ଵସ୍ତି ଦେବାପାଇଁ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍ କମାଇବାକୁ ଅପିଲ୍ କରାଯାଇଛି। ଅର୍ଥ ମନ୍ତ୍ରୀ ବିଶେଷ କରି ସେହି ରାଜ୍ୟଗୁଡିକୁ ଅପିଲ୍ କରିଛନ୍ତି, ଯେଉଁମାନେ ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଉତ୍ପାଦନ ହ୍ରାସ ପରେ ବି ନିଜ ରାଜ୍ୟରେ ଭାଟ୍ କମାଇନଥିଲେ।

ଏହା ଉପରେ ପି ଚିଦାମ୍ବରମ ଦାବି କରିଥିଲେ ଯେ, ରାଜ୍ୟଗୁଡିକୁ ଅର୍ଥ ମନ୍ତ୍ରୀଙ୍କୁ ଆହ୍ଵାନ ବ୍ୟର୍ଥ। ଯେବେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରେ ୧ ଟଙ୍କା ହ୍ରାସ କରାଯାଏ, ସେଥିରୁ ୪୧ ପଇସା ରାଜ୍ୟର ହୋଇଥାଏ। ଏହାର ଅର୍ଥ କେନ୍ଦ୍ର ୫୯ ପଇସା ଏବଂ ରାଜ୍ୟ ୪୧ ପଇସା ହ୍ରାସ କରିଛନ୍ତି। ଏଥିପାଇଁ ରାଜ୍ୟଗୁଡିକ ଉପରେ ଅଙ୍ଗୁଳି ଉଠାନ୍ତୁ ନାହିଁ ବୋଲି ଚିଦାମ୍ବରମ କହିଥିଲେ। ବାସ୍ତବ ଟ୍ୟାକ୍ସ ହ୍ରାସ ତେବେ ହେବ ଯେବେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଲାଗୁଥିବା ଉପକର କମ କରିବେ। ହେଲେ ଚିଦାମ୍ବରମଙ୍କ ବୁଝିବାରେ ଭୁଲ୍ ଥିଲା। ଅର୍ଥ ମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଲାଗୁଥିବା ଉପ କରରେ ମଧ୍ୟ ହ୍ରାସ ଘୋଷଣା କରିଛନ୍ତି।

Spread the love