ଦେଶରେ ୯୬ ପ୍ରତିଶତ ନେଇଛନ୍ତି ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ,୧୦/୦୨: ଦେଶରେ କରୋନା ବିରୁଦ୍ଧରେ ଟିକାକରଣ ଆଶାନୁରୂପେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଦେଶରେ ଟିକା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୯୬ ପ୍ରତିଶତ ପ୍ରଥମ ଡୋଜ ନେଇସାରିଛନ୍ତି । ନୀତି ଆୟୋଗ ସଦସ୍ୟ ଭିକେ ପଲ ସରକାରଙ୍କୁ ପ୍ରଶଂସା କରି କହିଛନ୍ତି,ଏହି ଉପଲବ୍ଧି  ଯେକୌଣସି ସରକାର ପାଇଁ ସ୍ୱପ୍ନ ସତ ହେବା ସହ ସମାନ ।

ନୀତି ଆୟୋଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦସ୍ୟ ଭିକେ ପଲ କହିଛନ୍ତି, ‘ଦେଶରେ ଟିକାକରଣ ପ୍ରଗତିରେ ଆମେ ଖୁସି। ପ୍ରଥମ ଡୋଜ କଭରେଜ ଅକଳ୍ପନୀୟ ସ୍ତର(୯୬)ରେ ପହଞ୍ଚିଛି। ଏହି ଯେକୌଣସି ସରକାର ପାଇଁ ସ୍ୱପ୍ନ ସତ ହେବା ସମାନ’।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭିଟି ହାର ୪.୪୪ ପ୍ରତିଶତ ହୋଇଛି । ଜାନୁଆରୀ ୨୪ରେ ଦେଶରେ ପଜିଟିଭିଟି ହାର ୨୦.୭୫ ପ୍ରତିଶତ ରେକର୍ଡ କରାଯାଇଥିଲା।

ଭିକେ ପଲ କହିଛନ୍ତି, ଆମେ କରୋନା ଭାଇରାସ ବାବଦାରେ ଅନେକ କିଛି ଶିଖିଛୁ, କିନ୍ତୁ ଦୁନିଆ ଏହି ଭୂତାଣୁ ବାବାଦରେ ସବୁ କିଛି ଜାଣି ନାହିଁ। ବିଶ୍ୱର ସମସ୍ତେ ମିଳିମିଶିର ଏହାର ମୁକାବିଲା ଜାରି ରଖିବା ଜରୁରୀ। ଏହାସହ ବର୍ତ୍ତମାନ ଉପଲବ୍ଧ ଉପକରଣର ଉପଯୋଗ ଜାରି ରଖିବା ଦରକାର।

Spread the love