ସାଉଦି ଆରବରେ ପ୍ରଥମ ଥର ହାଲୋଏନ ପାର୍ଟି, ଫଟୋ ଦେଖି ରାଗିଲେ କଟ୍ଟରପନ୍ଥୀ

ମୁମ୍ଵାଇ ୦୨।୧୧: ସାଧାରଣତ ମୁସଲମାନ ଦେଶଗୁଡ଼ିକରେ ବହୁତ ନିୟମ କାନନୁନ୍‌। ଏମିତିରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଥାଏ। ଏବେ ପୁରୁଷଙ୍କ ଉପରେ ବି ନିୟମ ଗଢାଯାଇଛି। କିନ୍ତୁ ଏହା ପ୍ରତ୍ୟେକ ଦେଶରେ ଆବଶ୍ୟକ ନୁହେଁ । ଅନେକ ମୁସଲମାନ ଦେଶ ଏହିପରି ରକ୍ଷଣଶୀଳ ଚିନ୍ତାଧାରାକୁ ଭାଙ୍ଗି ଆଗକୁ ବଢୁଛି। ହେଲେ ସେଥିମଧ୍ୟରୁ ଏକ ଦେଶ ହେଉଛି ସାଉଦି ଆରବ। ଏହାକୁ ବିଶ୍ଵରେ ଇସଲାମର କେନ୍ଦ୍ର କୁହାଯାଏ। ଏହା ଅନ୍ୟ ମୁସଲମାନ ଦେଶ ପରି କଟ୍ଟରପନ୍ଥୀ ନୁହେଁ । କିନ୍ତୁ ସୋମବାର ଠାରୁ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି। ଯାହା ଅନ୍ୟ ମୁସଲମାନ ଦେଶମାନଙ୍କରେ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିଛି। ବାସ୍ତବରେ,୩୧ ଅକ୍ଟୋବର ଥିଲା ହାଲୋଏନ୍ ଡେ। ଏହି ଅବସରରେ ସାଉଦି ଆରବର ଅନେକ ସ୍ଥାନରେ ହାଲୋଏନ୍ ପାର୍ଟିର ଆୟୋଜନ କରାଯାଇଥିଲା। ସେଠାକାର ସରକାର ଲୋକଙ୍କୁ ହାଲୋଏନ୍ ପାର୍ଟୀ କରିବାକୁ ଅନୁମତି ମଧ୍ୟ ଦେଇଥିଲେ। ଏଭଳି ପରିସ୍ଥିତିରେ ରାଜଧାନୀ ରିୟାଦର ଅନେକ ଅଞ୍ଚଳର ହାଲୋଏନ୍ ପୋଷାକ ପିନ୍ଧିଥିବା ସହ ବୁଲୁଥିବାର ଦେଖିବାକୁ ମିଳିଥିଲା । ସାଉଦି ଆରବର ପାରମ୍ପାରିକ ଡ୍ରେସରେ ଭୟାନକ ଚେହେରା ମାସ୍କ ପିନ୍ଧି ପାର୍ଟିରେ ଯୋଗ ଦେଇଥିଲେ । ଏହି ଫଟୋ ଗୁଡିକୁ ଦେଖି କଟ୍ଟରପନ୍ଥୀଙ୍କର ହଜମ ହେଲା ନାହିଁ। ସୋସିଆଲ ମିଡିଆରେ ଏହାକୁ ବିରୋଧ କରିଥିଲେ।  କେହି କେହି ଲେଖିଛନ୍ତି ଯେ ଏହିପରି କିଛି ଆୟୋଜନ କରନ୍ତୁ ନାହିଁ, ଅଲ୍ଲାଙ୍କୁ ଭୟ କରନ୍ତୁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ସାଉଦି ଆରବରେ ହାଲୋଏନ୍, ଅର୍ଥାତ୍ ମୃତ୍ୟୁ ବେଶୀ ଦୂର ନୁହେଁ। ଏହା ଇସଲାମରେ ସମ୍ପୂର୍ଣ୍ଣ ଭୁଲ । କହିବାକୁ ଗଲେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ସାଉଦି ଆରବ ଇତିହାସରେ ପ୍ରଥମ କ୍ରାଉନ୍ ପ୍ରିନ୍ସ, ଯିଏ ଇସଲାମ ଦେଶରେ ଏଭଳି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଛନ୍ତି। ତଥାପି, ବହୁ ସଂଖ୍ୟକ ଲୋକ ତାଙ୍କର ଏପରି ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି  କିନ୍ତୁ ଏଥିପାଇଁ ମହିଳାମାନଙ୍କୁ ସମାନ ଅଧିକାର ଦେଇଛି।

Spread the love