ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ଫିଶ୍‌ ଅଏଲ୍‌, ପ୍ରତିଦିନ କରନ୍ତୁ ସେବନ

ଫିଶ୍‌ ଅଏଲ୍‌ରେ ମୁଖ୍ୟତଃ ମ୍ୟାକେରଲ, ଟୁନା ଓ ହେରିଙ୍ଗ୍‌ ମାଛର ତେଲ ରହିଥାଏ। ମାଛ ତେଲରେ ଭରପୂର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍‌ ମହଜୁଦ ଥାଏ। ତେଣୁ ଫିଶ୍‌ ଅଏଲ୍‌ ସେହି ଲୋକମାନଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ, ଯେଉଁମାନେ ମାଛ ଖାଇ ନ ଥାଆନ୍ତି। ବିଶେଷ କରି ପୁରୁଷମାନଙ୍କ ପାଇଁ ଏହି ତେଲ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଫିଶ୍‌ ଅଏଲ୍‌ର ଫାଇଦା ବିଷୟରେ କହିବୁ। . ଫିଶ୍‌ ଅଏଲ୍‌ରେ ଥିବା EPA, ଆଣ୍ଟିଅକ୍ସିଡେଣ୍ଟର ଗନ୍ତାଘର ହୋଇଥାଏ, ଯାହାକି ସ୍କିନ୍‌କୁ ଫ୍ରି ରେଡିକଲ୍ସରୁ ରକ୍ଷା କରିଥାଏ। ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ, ଯାହାକି ଏଜିଙ୍ଗ୍‌ ପ୍ରସୋସ୍‌କୁ ସ୍ଲୋ କରି ଦେଇଥାଏ।

୪. ମାଛ ତେଲରୁ ଓମେଗା ୩ ମିଳିଥାଏ। ଏହି ତେଲ ଉଦାସପଣ, ଚିନ୍ତା, ବ୍ୟାକୁଳତା, ମାନସିକ ଥକ୍କାପଣ, ଅବସାଦ ଆଦି ମାନସିକ ରୋଗଗୁଡ଼ିକ ଦୂର କରି ଦେଇଥାଏ।

୫. ଯେଉଁ ଲୋକଙ୍କର ଆଣ୍ଠୁ ସମସ୍ୟା ଅର୍ଥାତ୍‌ ଅର୍ଥରାଇଟିସ୍‌ ଅଛି, ସେମାନେ ଏହି ତେଲ ସେବନ କରିପାରିବେ। କିନ୍ତୁ ମାଛ ତେଲ ଏକଦମ୍‌ ଶୁଦ୍ଧ ତଥା ସିନ୍ଥେଟିକ୍‌ ରହିତ ହେବା ଉଚିତ।

୬. ଯଦି ଫିଶ୍‌ ଅଏଲ୍‌ ସହିତ ପ୍ରତିଦିନ ବ୍ୟାୟାମ କରିବେ ଏବଂ ନିଜ ଆହାରରେ ପରିବର୍ତ୍ତନ ଆଣିବେ, ତେବେ ଆପଣଙ୍କ ଓଜନ ନିଶ୍ଚିତ ଭାବେ କମି ଯାଇପାରିବ। ଫିଶ୍‌ ଅଏଲ୍‌ ଶରୀରରେ ଜମା ହୋଇଥିବା ଚର୍ବିକୁ କମ୍‌ କରି ଦେଇଥାଏ।

Spread the love