ଲକ୍ଷପତି ହେଲେ ମତ୍ସ୍ୟଜୀବୀ

ଭୋଗରାଇ : ଶଙ୍କର ପ୍ରଜାତିର ଏକ ତେଲିଆ ଶୀଳା ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଦିଘା ମୁହାଣରେ ବିଶାଳକାୟ ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା ।ଏହି ମାଛର ଓଜନ ମୋଟ୍ ୫୫ କିଲୋ ଏବଂ କିଲୋ ପ୍ରତି ୨୬ ହଜାର ଟଙ୍କାରେ ମୋଟ୍ ୧୩ ଲକ୍ଷ ଟଙ୍କାରେ ମାଛଟିକୁ କିଣି ନେଇଛନ୍ତି ଏସଏଫଟି ନାମକ ଏକ ସଂସ୍ଥା । ମାଛଟି ଶଙ୍କର ପ୍ରଜାତିର ତେଲିଆ ଶିଳା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି । ଏହି ମାଛ ପେଟରେ ସବୁଠୁ ଅଧିକ ପୁଟି ଥାଏ ସେଥିଲାଗି ଏ ମାଛର ମୂଲ୍ୟ ଅଧିକ। ବ୍ୟବସାୟୀ ସୂତ୍ରରୁ ପ୍ରକାଶଯେ, ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗିଥାଏ । ସେଥିପାଇଁ ପ୍ରଚୁର ଦାମରେ ବିଦେଶୀ ଔଷଧ କମ୍ପାନୀ ତରଫରୁ କିଣା ଯାଇଥାଏ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନଇନା ବାସିନ୍ଦା ଶିବାଜୀ କବିର ମାଛଟିକୁ ନିଲାମ ପାଇଁ ଦିଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନେଇ ଆସିଥିଲେ। ଏହି ମାଛ ବର୍ଷରେ ଦୁଇରୁ ୪ଟା ଉଠିଥାଏ ।

Spread the love