ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର

ବାଲେଶ୍ୱର : ବିଶାଳକାୟ କୁମ୍ଭୀର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର କଲେ ମତ୍ସଜୀବୀ । ବନବିଭାଗକୁ ହସ୍ତାନ୍ତର କରିଛନ୍ତି ମତ୍ସ୍ଯଜିବୀ। ମୁରଲୀଚଡ ଦ୍ବୀପରେ ବିଶ୍ରାମ ନେବାବେଳେ କୁମ୍ଭୀରକୁ ଦେଖିଥିଲେ ମତ୍ସଜୀବୀ। କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସିବାକୁ ଯାଉଥିଲା ବେଳେ ହଠାତ କୁମ୍ଭୀରଟି ପାଟି ମେଲାଇ ମତ୍ସଜୀବୀଙ୍କୁ ଆକ୍ରମଣ କରିଥିଲା । ରଶି ସାହାଯ୍ୟରେ କୁମ୍ଭୀରଟିକୁ ମତ୍ସ୍ୟଜୀବୀ ମାନେ କାବୁ କରିଥିଲେ। ଭୋଗରାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି । କୁମ୍ଭୀରର ଲମ୍ବ ୧୩ ଫୁଟ ହୋଇଥିବା ବେଳେ ଏହା ଘଡିଆଳି ପ୍ରଜାତିର କୁମ୍ଭୀର ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love