ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ ।ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ । ଯଦ୍ୱାରା ଅଧିକ ସମୟ ମଧ୍ୟ ବଂଚାଯାଇପାରିବ । ଆଗାମୀ ପିଢିଙ୍କୁ ଭଲ ଭିତ୍ତିଭୂମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜୀବନ ଶୈଳୀ ପରିବର୍ତନ କରିବାରେ ଏହା ଭାରତ ସରକାରଙ୍କ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ସେ କହିଛନ୍ତି ଯେ, ଭାରତ ଏକ ସ୍ଥିର ମୂଲ୍ୟ ଆଧାରିତ ବଜାର ଅଟେ । ତେଣୁ ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି ରହିଛି । ପୂର୍ବରୁ ସରକାର ପିଏନଜି ଓ ସିଏନଜି ଗ୍ୟାସ ଉପରେ ଗୁରୁତ୍ୱ ଦେଉନଥିଲେ । ମାତ୍ର ମୋଦି ସରକାର ଆସିବା ପରେ ପିଏନଜି ଓ ସିଏନଜିକୁ ଗୁରୁତ୍ୱ ଦେଇଛନ୍ତି ।

Spread the love