ଫିଟ୍ ଆଣ୍ଡ ୟଙ୍ଗ ୱେଲନେସ ସେଣ୍ଟରର ଶୁଭାରମ୍ଭ

 ବର୍ତ୍ତମାନ ସମୟରେ ଯୁବ ବର୍ଗଙ୍କ ମଧ୍ୟରେ ସ୍ଵାସ୍ଥ୍ୟଗତ ସମସ୍ୟା ଅନେକ । କାହିଁକି ନା ବଦଳୁଥିବା ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର ପ୍ରମୁଖ କାରଣ । ବ୍ୟସ୍ତବହୁଳ ସମାଜରେ ଯୁବବର୍ଗ ନିଜ ସ୍ବାସ୍ଥ୍ୟ କୁ ନେଇ ଅଣଦେଖା
କରୁଛନ୍ତି । ଆଉ ଏଥିପାଇଁ ସେମାନେ ନାନାଦି ରୋଗରେ ବି ପଡ଼ୁଛନ୍ତି । ତେବେ ଆପଣ ଯଦି ନିଜ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ତେବେ ଆପଣଙ୍କ ପାଇଁ ଭୁବନେଶ୍ବର ରେ ଖୋଲିଛି ମଲ୍ଟି ସ୍ପେଶଲିଟି ୱେଲ ନେସ୍
ସେଣ୍ଟର୍ ଯାହାର ନା ରହିଛି ଫିଟ୍ ଆଣ୍ଡ ୟଙ୍ଗ ୱେଲନେସ ସେଣ୍ଟର୍ । ଭୁବନେଶ୍ୱର ଟଙ୍କପାଣି ରୋଡ ରେ ଏହି ସେଣ୍ଟର୍ ଯୁବବର୍ଗ ଙ୍କୁ ଉତ୍ସର୍ଗ ବୋଲି କହିଛନ୍ତି ସବିତା ସାହୁ ।


ଏହି ୱେଲନେଶ୍ ସେଣ୍ଟର୍ ରେ ପ୍ରଶିକ୍ଷିତ ଟ୍ରେନର ରହିଛନ୍ତି । ଏହି ସେଣ୍ଟର୍ ଗ୍ରାଣ୍ଡ ଓପେନିଂ ସେର୍ମୋନୀ ରେ ଲୋକୋପ୍ରୀୟ ଓ ଚର୍ଚ୍ଚିତ ଟ୍ରେନରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜେଡଟି/ଜିନ ପ୍ରୀତି ଅଗ୍ରୱାଲ, ଜିନ ସନ୍ତୋଷ କୁମାର ସାହୁ ଏବଂ ଜିନ
ସବିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିନ ସଙ୍ଗୀତା ଭୁଜବଳ, ଜିନ ଆଶୁତୋଷ ପ୍ରଧାନ, ଜିନ ଆଁଶୁପରନା ଦାସ, ଜିନ ଜ୍ୟୋତି ଗୋପ ଏବଂ ଜିନ ବିନୋଦ କୁମାର ନାୟକ ଉପସ୍ଥିତ ଥିଲେ ।
ଏହି ଅବସରରେ ଏକ ଜିମ ଉପକରଣ ଦେଖିବା ସହ ଫିଟନେସ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ମୁଖ୍ୟାତଃ ଏହି ୱେଲନେସ ସେଣ୍ଟର ଏରୋବିକସ, ଯୋଗ, ଜିମ, ଆଧୁନିକ ନୃତ୍ୟ ଓ ଜୁମ୍ବା ଆଦି ଫିଟନେସ ଫଣ୍ଡା ଉପରେ ଲୋକଙ୍କୁ ପ୍ରଶିକ୍ଷଣ ଯୋଗାଇବ ।
ଏହି ୱେଲନେସ ସେଣ୍ଟରର ମୁଖ୍ୟ ଉଦେଶ୍ୟ ହେଉଛି ସ୍ୱାସ୍ଥ୍ୟଗତ ସମସ୍ୟା କୁ ଦୂର କରିବା ସହ ଲୋକଙ୍କୁ ବିଭିନ୍ନ ଫିଟନେସ ସେବା ଯୋଗାଇବା । ଭୁବନେଶ୍ୱର ଭଳି ସହରରେ ଲୋକେ ଶାରୀରିକ ଓ ମାନସିକ ଚାପରେ ରହିବା ସହ ବିଭିନ୍ନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଛି । ତେଣୁ ଏହି ୱେଲନେସ ସେଣ୍ଟର ସେମାନଙ୍କ ପାଇଁ ସହାୟ ହେଵ ।

ସେମାନେ ଏକ ସୁସ୍ଥ ଜୀବନ ଜଇ ପାରିବେ ବୋଲି ଇନଟ୍ରାକ୍ସିସ୍ ବିଜିନେସ୍ ଲିମିଟେଡର ନିର୍ଦ୍ଦେଶକ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ମଧ୍ୟ ଭୁବନେଶ୍ୱର ଓ ଏହାର ବାହାରେ ୱେଲନେସ ସେଣ୍ଟରର
ଅଧିକ ଶାଖା ଖୋଲାଯିବାର ଲକ୍ଷ ରଖା ଯାଇଥିବା ସେ କହିଛନ୍ତି । ଇନଟ୍ରାକ୍ସିସ୍ ବିଜିନେସ୍ ଲିମିଟେଡ କମ୍ପାନୀର ଏକ ନୂଆ ଭେଂଚର ହେଉଛି ଫିଟ୍ ଏଣ୍ଡ ୟଙ୍ଗ ୱେଲନେସ ସେଣ୍ଟର୍ । ଦୀର୍ଘ ୧୦ ବର୍ଷ ଧରି ଏହି କମ୍ପାନୀ ଭୁବନେଶ୍ୱର ସମେତ ମୁମ୍ବାଇ , ଦେଲ୍ହୀ , କୋଲକାତା ଓ ଭାଇଜାକରେ ଡିଜିଟାଲ ସିନେମା ବିଜ୍ଞାପନ,ସିପିଙ୍ଗ, ଏଫ ଏମ ସି ଜି ଡିଷ୍ଟ୍ରିବ୍ୟୁସନ, କାନ୍ଷ୍ଟ୍ରକ୍ସନ, ହସ୍ପିଟାଲିଟି ଆଦି ସେବା ଯୋଗାଉଛି ।

Spread the love