ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ୬୦ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କର କୋଭିଡ୍-୧୯ ନମୁନା ପରୀକ୍ଷା ହୋଇଥିଲା । ବୁଧବାର ରାତିରେ ରିପୋର୍ଟ ପଜିଟିଭ୍ ଆସିଛି ।   ତାଙ୍କୁ  ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଏଥିସହ ଲଗାତର ଦ୍ୱିତୀୟ ଦିନରେ ଓଡ଼ିଶାରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେ ଦୁବାଇରୁ ଫେରିଥିଲେ । ଏବେ ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ସୂଚନା ମିଳିନାହିଁ ।
ଏହି ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ପାଞ୍ଚ ଜଣ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଲାଣି । ସେଥିମଧ୍ୟରୁ ୪ ଜଣ କେବଳ ଭୁବନେଶ୍ୱରର । ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତିଜଣଙ୍କ ଆଜି ସୁସ୍ଥ ହୋଇ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା ନେଇ ସଂଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । 
Spread the love