ଆଗାମୀ ବର୍ଷ ଓଡ଼ିଶାରେ ହେବ ପାଞ୍ଚ ଲକ୍ଷ କୋଟିର ନିବେଶ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଗାମୀ ବର୍ଷ ଓଡ଼ିଶାରେ ହେବ ପାଞ୍ଚ ଲକ୍ଷ କୋଟିର ନିବେଶ । ଓଡ଼ିଶାରେ ବଡ଼ ନିବେଶ କରିବାକୁ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡିଶା କନକ୍ଲେଭ ୨୦୨୫ରେ ଯୋଗ ଦେବାକୁ ଶିଳ୍ପପତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁଦ୍ଧିବଦ୍ଧ ବୋଲି କହିଛନ୍ତି । ଆଗକୁ ବେଙ୍ଗାଳୁରୁ, ହାଇଦ୍ରାବାଦ, ସିଙ୍ଗାପୁର ଓ ୟୁରୋପୀୟ ରାଷ୍ଟ୍ରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ରୋଡ ସୋ ହେବ ।
ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡିଶା କନକ୍ଲେଭ ୨୦୨୫ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି ମୋହନ ମାଝୀ । ପ୍ରାକୃତିକ ସଂପଦ, ସୁଦୀର୍ଘ ବେଳାଭୂମି, ବନ୍ଦର, ସୁଦୁଢ ଭିତ୍ତିଭୂମି ନିବେଶକଙ୍କୁ ନିବେଶ କରିବାକୁ ଆକୃଷ୍ଟ କରିବ । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁଦ୍ଧିବଦ୍ଧ । ୮.୫ପ୍ରତିଶତ ଜିଡିପି ସହ ଦେଶରେ ଓଡ଼ିଶାର ଜିଡିପି ସବୁଠାରୁ ଅଧିକ ଥିବାରୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।