ପୁଲିସକୁ ଆକ୍ରମଣ ଘଟଣା: ୫ ବାଲି ମାଫିଆ ଗିରଫ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ପୁଲିସକୁ ବାଲି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ପୁଲିସ ହାଟବାଦଡା ନିକଟସ୍ଥ କାଦୁଆଣୀଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ। ତେବେ ଟ୍ରାକ୍ଟର ଚାଳକ ଜଣକ ସେ ସମ୍ବନ୍ଧରେ ଟ୍ରାକ୍ଟର ମାଲିକଙ୍କୁ ଫୋନ କରିଥିଲେ । କିଛି ସମୟ ପରେ ମାଲିକ ଏବଂ ତାଙ୍କର ୪ ଜଣ ସହଯୋଗୀ ପୁଲିସକୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରିବା ସହିତ ଟ୍ରାକ୍ଟର(ଓଡି୧୧-ଜେ-୪୬୩୪)କୁ ନେଇ ପଳାଇଥିଲେ ।

ଏନେଇ ପୁଲିସ ଆକ୍ରମଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଯୁବକମାନେ ହେଲେ ଉପରବେଡା ଗ୍ରାମର ସୁଶାନ୍ତ ମଣ୍ଡଳ(୪୦), ଶୁଭ୍ରାଂଶୁ ଶେଖର ମଣ୍ଡଳ (ରାଜେଶ) (୩୨), ରାଜୁ ମଣ୍ଡଳ(୩୯), ଗଣେଶ ପୂର୍ତି (୩୨) ଏବଂ କେନ୍ଦ୍ରେଇ ଗ୍ରାମର ସନତ କୁମାର ରାଉତ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Spread the love