ଧାମନଗର ଉପନିର୍ବାଚନ: ନିର୍ବାଚନ ରଣାଙ୍ଗନରେ ୫ ପ୍ରାର୍ଥୀ, ସମ୍ୱେଦନଶୀଳ ବୁଥ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭଦ୍ରକ ୧୭/୧୦: ଧାମନଗର ପାଇଁ ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଜଣେ ପାର୍ଥଙ୍କ ପ୍ରାଥୀପତ୍ର ନାକଚ ହୋଇଛି। ଏହାଛଡ଼ା ଅନ୍ଯକୌଣସି ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନାହାନ୍ତି। ଏବେ ୫ ଜଣ ପ୍ରାର୍ଥୀ ରହିଛନ୍ତି l ନିର୍ବାଚନ ମଣ୍ଡଳୀରେ ମୋଟ୍ ୨,୩୮, ୪୧୭ ଭୋଟର ଥିବାବେଳେ ୨୫୩ଟି ବୁଥ ରହିଛି। ଏହାସହିତ ୧୩୪ଟି ପୋଲିଙ୍ଗ ଷ୍ଟେସନର ନାମ ବଦଳାଯାଇଛି। ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବାଲାଟ ପେପରରେ ଭୋଟ ଦେବାର ବ୍ୟବସ୍ଥା ରହିଛି।ଏବେ ସୁଦ୍ଧା ୫୦୫ ଜଣ ପୋଷ୍ଟାଲ ଭୋଟ ପାଇଁ ଆବେଦନ କରିଛନ୍ତି।
ଯେଉଁମାନେ ପୋଷ୍ଟାଲ ବାଲାଟରେ ଭୋଟ ଦେଉଛନ୍ତି ସେମାନଙ୍କ ଭୋଟ ସଂଗ୍ରହ କରିବାକୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୧୭ ପ୍ଲାଟୁନ ପୋଲିସ ଏବଂ ୪ ଟି କେନ୍ଦ୍ରୀୟ ବାହିନୀ (ସୁରକ୍ଷା) ୟୁନିଟ ମୁତୟନ କରାଯାଇଛି। ନିର୍ବାଚନ ମଣ୍ଡଳୀରେ ୧୦୭ଟି ସମ୍ୱେଦନଶୀଳ ବୁଥ ରହିଛି। ଏହି ବୁଥରେ ଯେପରି କିଛି ବିଶୃଙ୍ଖଳା ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନରେ ୨୬ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଛନ୍ତି। ମତଦାନ ଦିନ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।