ଭୁବନେଶ୍ୱରରେ ୭ଦିନରେ ହେବ ୫ ହଜାର ସାମ୍ପୂଲ ଟେଷ୍ଟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୭/୦୪: ଭୁବନେଶ୍ୱରରେ ୭ଦିନରେ ହେବ ୫ ହଜାର କରୋନା ସାମ୍ପୂଲ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭୁବନେଶ୍ୱର କରୋନା ହଟସ୍ପଟ ଭାବେ ସ୍ଥାନିତ ହୋଇଛି । ତେଣୁ କରୋନା ନମୂନା ପରୀକ୍ଷା ପାଇଁ ରାଜଧାନୀରେ କାର୍ଯ୍ୟକାରୀ ହେବ ସ୍ଥାୟୀ ଓ ଭ୍ରାମ୍ୟମାଣ ଶିବିର ।

ଟ୍ରାଭେଲ ହିଷ୍ଟ୍ରି, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ବୟସ୍କ ଓ ଅନ୍ୟ ରୋଗାକ୍ରାନ୍ତ, ସାଧାରଣ ଜନତାଙ୍କ ସହଯୋଗ ଲୋଡିଲେ ରାଜ୍ୟ ସରକାର । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା ହେବ । ପ୍ରଥମ ୩ଥର ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଟଙ୍କା ଓ ତାପରେ ୫୦୦ ଟଙ୍କା ଫାଇନ ଦେବାକୁ ହେବ ।

Spread the love