ଭୁବନେଶ୍ବରରେ ଫ୍ଲାଗ୍‌ସିପ ସ୍ମାର୍ଟ ହେଲଥ୍ କ୍ଲିନିକ୍

ଭୁବନେଶ୍ବର:- ବରିଷ୍ଠ ନାଗରିକ ତଥା ଏନ ଆର, ଆଇ ମାନଙ୍କୁ ଘରୋଇ ଚିକିତ୍ସା ସେବା ପ୍ରଦାନ କରି ଅପୂର୍ବ ସଫଳତା ପାଇଥିବା ଡ.କିୟୋର ଡିଜିଟାଲ ଆପ ନୂତନ ଭାବେ ଭୁବନେଶ୍ୱର ସ୍ଥିତ କଟକରୋଡର ଏସ୍‌ପ୍ଲାନେଜ ମଇ ନିକଟରେ ରାଜ୍ୟର ପ୍ରଥମ ଫ୍ଲାଗସିପ ସ୍କାର୍ଟ ହେଲଥ୍ କ୍ଲିନିଂକର ଶୁଭାରମ୍ଭ କରିଛି ।  ଏହାର ଶୁଭ ଉଦ୍‌ଘାଟନ କରିଥିଲେ ଉକ୍ତ ଉଦ୍‌ଘାଟନ ମାସବରେ ବହୁ ବିଶେଷଜ୍ଞ ଡାକ୍ତର, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ସେଲିବ୍ରିଟ ଉପସ୍ଥିତ ଥିଲେ । ଡ଼. କିୟୋର ଆପ୍ ତଥା ଫ୍ଲାଗ୍‌ସିପ୍ ସ୍ନାଟ କ୍ଲିନିକ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଚର୍ମରୋଗ ବିଶେଷଜ୍ଞ ଡ଼, ଏସି ମଲିକ କହିଛନ୍ତିଯେ, ଆମର ଏହି ପ୍ଳାଟ କ୍ଲିନିକରେ ଆମେ ସମସ୍ତ ପ୍ରକାର ଆଧୁନିକ ଓ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଦୃଢ଼ ପରିକର । ରୋଗୀମାନେ ଏଠାରେ କାର୍ଡିଓଲଜିଷ୍ଠ, ଡାଇବେଟୋଲଜିଷ୍ଟ, ମେଡିସିନ୍, ଗ୍ୟାଷ୍ଟ୍ରୋଏଲର୍ଜିଷ୍ଟ, ସ୍କ୍ରିନ୍ ସ୍ପେସାଲିଷ୍ଟ, ପେଡ଼ିଆଟ୍ରିକ, ଗାଇନୋକଲୋଜିଷ୍ଟ, ଇଏନଟି, ନିରୋଳଜିଷ୍ଟ, ନେଫ୍ରୋଲଜିଷ୍ଟ, ଅର୍ଥପେଡ଼ିକ ଓ ନଂଟାଲ କେୟାରର ସମସ୍ତ ଚିକିତ୍ସା ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ପାଇ ପାରିବେ ବୋଲି ସେ କହିଥିଲେ । ଭକ୍ତ ସ୍ମାର୍ଟ କ୍ଲିନିକ୍‌ର ମୁଖ୍ୟ ପରିସ୍ଖଳନା ଅଧିକାରୀ ଅର୍ଜନା ମଳିକ କହିଛନ୍ତି ଯେ ଆମେ ପୂର୍ବରୁ ରୋଗୀମାନଙ୍କୁ ଡ଼.କିୟୋଗ ଡ଼ିଜିଟାଲ୍ ଆପ୍ ମାଧ୍ୟମରେ ଅତି ସହଜରେ ଡ଼ାକ୍ତର ପରାମର୍ଶ, ସ୍ଵାସ୍ଥ୍ୟ ଅବସ୍ଥାର ଘରୋଇ ନିରିକ୍ଷଣ, ଔଷଧ ବିତରଣ, ରକ୍ତ ନମୂନା ସଂଗ୍ରହ ଓ ନସିଂ” ସେବା ପ୍ରଭୃତି ପ୍ରଦାନକରି ଅନେକ ଅଭିଜ୍ଞତା ଓ ଅନୁଭୂତି ପାଇ ପାରିଛୁ । ଆମର ଏଠାରେ ୨୪ ଘଂଟା ପାଇଁ ସେବା ଉପଲବ୍ଧ । ଡ଼ାକ୍ତର ପରାମର୍ଶ ପାଇଁ ଜଣେ ରୋଗୀ ଅନ୍‌ଲାଇନ୍‌ରେ ମଧ୍ୟ ସଂପର୍କ କରିପାରିବେ ଏବଂ ଘରେ ରହି ରୋଗ ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ନେଇ ପାରିବେ ଆଗାମୀ ଦିନରେ ଆମର ଏହି ଫ୍ଲାଗସିପ୍ ସ୍କାଟ୍ କ୍ଲିନିକରେ ରୋଗୀମାନଙ୍କୁ ସମସ୍ତ ପ୍ରକାର ଚିକତ୍ସା ପ୍ରଦାନ ଜରି ଆମେ ସଫଳତା ନିଶ୍ଚିତ ପାଇପାରିବୁ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଥିଲେ।
Spread the love