ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ।ନିକଟରେ ଏକ ମଧ୍ୟମ ଧରଣର ବନ୍ୟା ହୋଇଛି। ଯାହା କିଛି କ୍ଷତି ହୋଇଛି, ଆକଳନ ପରେ ତାହାର କ୍ଷୟକ୍ଷତି ରିପୋର୍ଟ ଆସିବ। ସମ୍ଭାବ୍ୟ ବନ୍ୟା ଓ ସରକାରଙ୍କ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ସବୁ ବର୍ଷା ଯେ ବନ୍ୟା କରିବ, ତାହା କୁହାଯାଇପାରିବ ନାହିଁ। ନଦୀକୁ ବି ବଞ୍ଚିବାକୁ ପଡ଼ିବ। ବେଶୀ ବର୍ଷା ହେଲେ ବନ୍ୟା ସମ୍ଭାବନା ରହେ। କିନ୍ତୁ ସେ ଦିଗରେ ସରକାର ସଚେତନ ଅଛନ୍ତି। ଓଏସଡିଏମଏ ଏନେଇ ସବୁବେଳେ ସତର୍କ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ବ୍ୟବସ୍ଥା କରାଯିବା କଥା କରାଯାଇଛି। ଆମେ ପ୍ରସ୍ତୁତ ଅଛୁ।

Spread the love