ହୁଳୁହୁଳା ପୋଲ ଉପରୁ ଛାଡିଲା ବନ୍ୟା ଜଳ

ବାଙ୍କୀ ୨୨।୦୮: ମହାନଦୀରେ କମିଲା ବନ୍ୟାଜଳ । ଧୀରେ ଧୀରେ ସମସ୍ତ ଅଞ୍ଚଳରୁ ବନ୍ୟାଜଳ କମିବାରେ ଲାଗିଛି । ଖାସ୍‌ କରି ବାଙ୍କି ଅଞ୍ଚଳର ହୁଳୁହୁଳା ପୋଲ ଉପରୁ ଛାଡିଲା ବନ୍ୟା ଜଳ । ସ୍ୱାଭାବିକ ହେଲା ଯାତାୟତ ।

ଖବର ଅନୁଯାୟୀ, ଆଜକୁ ୮ ଦିନ ହେବ ଏହି ପୋଲ ଉପର ଦେଇ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଥିଲା । ପୋଲ ଉପରେ ୧୦ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିଲା । ପୋଲ ଦେଇ ବାଙ୍କୀର ୭ଟି ପଞ୍ଚାୟତ ଆଠଗଡ ତିଗିରିଆ ଅଞ୍ଚଳର ଆଦି ହଜାର ହଜାର ଲୋକ ତଥା ସ୍କୁଲ କଲେଜ ଆଦି ପିଲାମାନଙ୍କ ଗମନାଗମନ ସମ୍ପୂର୍ଣ ଠପ୍ ହୋଇଯାଇଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଯିଏ ଯେଉଁଠି ହେଉ ଆଶ୍ରୟ ନେଇଥିଲେ । ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି । ଚାଷ ଜମି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏମିତିକି କିଛି ଜମି ବାଲିଚର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Spread the love