ମଙ୍ଗଳରେ ଫୁଟିଛି ଫୁଲ ! ନାସା ସେୟାର କଲା ଫଟୋ

ନୂଆଦିଲ୍ଲୀ ୨୮/୦୨:   ଲଗାତର ଭାବେ ମଙ୍ଗଳ ଗ୍ରହର ଫଟୋ ନାସା ସେୟାର କରୁଛି । ଏବେ ମଙ୍ଗଳର ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ରଙ୍ଗର ପଥର ମିଳିବା ପରେ ଏବେ ଫୁଲ ଆକୃତିର ଏକ ପଥର ଦେଖିବାକୁ ମିଳିଛି । କ୍ୟୁରୋସିଟି ରୋଭର ଏହାକୁ ଉତ୍ତୋଳନ କରିଛି । ଏହା ଏକ ଫୁଲ ବୋଲି ବୈଜ୍ଞାନିକମାନେ ଭାବୁଛନ୍ତି ।

ଫଟୋରେ ଦେଖିବାକୁ ମିଳିଛି ଯେ ଫୁଲର ଅନେକ ପାଖୁଡା ବାହାରିଛି । ଏହାକୁ ଡାଇଜୋନେଟିକ୍ କ୍ରିଷ୍ଟର୍ କ୍ଲଷ୍ଟର୍ କୁହାଯାଏ  । ଏହା ବିଭିନ୍ନ ଖଣିଜ ପଦାର୍ଥରୁ ୩ଡି ଆକାରର ଏକ କିଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି ।

କ୍ୟୁରୋସିଟିଜ୍ ମିଶନର ପ୍ରକଳ୍ପ ଅଧିକାରୀ ଆବିଜିଲ୍ ପ୍ରେମେନ୍ କହିଛନ୍ତି ଯେ, ଏପରି ଅନେକ ଆକୃତି ଦେଖାଯାଏ । ଯାହାକୁ ସଲଫେଟ୍ସ କୁହାଯାଏ । ପଥରରେ ଥିବା ଖଣିଜ ପଦାର୍ଥ କାରଣରୁ ଏପରି ହୋଇଥାଏ ।କିଛି ସମୟ ପରେ ଏହା ଆପେଆପେ ଲିଭିଯାଏ ।

ଗତ ସପ୍ତାହରେ ଏହି ଫୁଲ ଆକୃତିର ପଥରକୁ ବୈଜ୍ଞାନିକମାନେ ଦେଖିଥିଲେ । ଏହାକୁ ବ୍ଲାକଥର୍ନ୍ ସଲ୍ଟ ନାମ ଦିଆଯାଇଛି । ଏହାକୁ ମାହଲି ରୋଭର ଉତ୍ତୋଳନ କରିଛି । ଯାହାର କ୍ୟାମେରା ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଏ । ଏହି ରୋଭର କାରଣରୁ ମଙ୍ଗଳରେ ଥିବା ଖଣିଜର ସନ୍ଧାନ ମିଳିପାରୁଛି ।

Spread the love