ଅଗାଧୁଆ ଫୁଲ ତୋଳିବା ଠିକ ନା ଭୁଲ ? ଜାଣନ୍ତୁ ପୂଜା ପାଇଁ ଫୁଲ ତୋଳିବାର ନିୟମ

ଆପଣ ମାନେ ପ୍ରକୃତି ର ଅଦ୍ଭୁତ ରୂପ ନିଶ୍ଚିତ ଦେଖିଥିବେ ସେଥି ମଧ୍ୟରୁ ସବୁଠାରୁ ସୁନ୍ଦର ଵସ୍ତୁ ହେଉଛି ଫୁଲ । ଏହି ଫୁଲ କୁ ସମସ୍ତ ପସନ୍ଦ କରନ୍ତି ଏହା ଦେଖିବାକୁ ସୁନ୍ଦର ଏବଂ ମନୋହର । ତା ସହିତ ଏହି ଫୁଲ କୁ ପୂଜା କର୍ମ ରେ କିମ୍ବା ବିବାହ କାର୍ଯ୍ୟ ରେ ତା ସହିତ କେତେବେଳେ କାହାକୁ ଉପହାର ଦେବା ପାଇଁ ମଧ୍ୟ ଏହି ଫୁଲ ବ୍ୟବହାର କରାଯାଇଥାଏ । ତେବେ ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମ ରେ ଫୁଲ ର ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଫୁଲ ତୋଳିବାର ମଧ୍ୟ ଅନେକ ନିୟମ ରହିଛି । ସେହି ନିୟମ ଅନୁସାରେ ହିଁ ଫୁଲ କୁ ତୋଳିବା ଏବଂ ଭଗବାନ ଙ୍କୁ ଚଢାଇବା ଉଚିତ ଏହା ଦ୍ୱାରା ଆମକୁ ଉଚିତ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ଭୁଲ ନିୟମ ରେ ଫୁଲ ତୋଳିବା ତେବେ ଆମର ଅନେକ ଅନିଷ୍ଟ ହୋଇଥାଏ । ତେବେ ଆସନ୍ତୁ ଆଜି ଜାଣିନେବା ଫୁଲ ତୋଳିବାର କିଛି ନିୟମ ।

ତେବେ ଆମେ ଯେତେବେଳେ ପୂଜା ଅର୍ଚ୍ଚନା ର ସବୁ କାର୍ଯ୍ୟ ସ୍ନାନ କରିବା ପରେ କରିଥାଉ ତେବେ ଫୁଲ ମଧ୍ୟ ସ୍ନାନ କରିବା ପରେ ତୋଳିବା ଉଚିତ ବୋଲି ଭାବିଥାଉ କିନ୍ତୁ ଏହା ଭୁଲ ସବୁବେଳେ ସ୍ନାନ କରିବା ପୂର୍ବରୁ ହିଁ ଫୁଲ କୁ ତୋଳି ରଖିବା ଉଚିତ ଏହା ଶାସ୍ତ୍ର ଏବଂ ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି । ତେବେ ଆମେ ଯେତେବେଳେ ପୂଜା ଅର୍ଚ୍ଚନା ର ସବୁ କାର୍ଯ୍ୟ ସ୍ନାନ କରିବା ପରେ କରିଥାଉ ତେବେ ଫୁଲ ମଧ୍ୟ ସ୍ନାନ କରିବା ପରେ ତୋଳିବା ଉଚିତ ବୋଲି ଭାବିଥାଉ କିନ୍ତୁ ଏହା ଭୁଲ ସବୁବେଳେ ସ୍ନାନ କରିବା ପୂର୍ବରୁ ହିଁ ଫୁଲ କୁ ତୋଳି ରଖିବା ଉଚିତ ଏହା ଶାସ୍ତ୍ର ଏବଂ ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି ।

ତେବେ ଫୁଲ କୁ ତୋଳିବା ସମୟରେ ନିଜର କନିଷ୍ଠ ଆଙ୍ଗୁଳି ଏବଂ ବିଶି ଆଙ୍ଗୁଳି ଲାଗିବା ଉଚିତ ନୁହେଁ । ଏହା ଛଡା କିଛି ଲୋକ ରାତିରୁ ଗଛ ରେ ଥିବା କଢ଼ କୁ ଛିଣ୍ଡାଇ ତାକୁ ପାଣିରେ ପକାଇ ଦିଅନ୍ତି ଏବଂ ସକାଳେ ତାହା ଫୁଟିଲେ ତାକୁ ଠାକୁର ଙ୍କ ପୂଜା କର୍ମ ରେ ବ୍ୟବହାର କରି ଥାଆନ୍ତି । କିନ୍ତୁ ଏଭଳି କରିବା ଅନୁଚିତ ଏବଂ ଏହା ଦ୍ୱାରା ଆମକୁ ପାପ ମଧ୍ୟ ଲାଗି ପାରେ କାରଣ ଏହା ଅପ୍ରାକୃତିକ ଭାବେ ଆମେ ଫୁଲକୁ ଫୁଟାଇଲୁ ତେଣୁ ସର୍ଵଦା ପ୍ରାକୃତିକ ଭାବରେ ଫୁଟିଥିବା ଫୁଲ ହିଁ ଠାକୁର ଙ୍କ ପାଖରେ ଚଢାଇବା ଉଚିତ । ଏହା ଛଡା କାହାର ବାରି ପଟୁ ଚୋରଙ୍କ ଭଳି ଫୁଲ ଆଣି ପୂଜା କରିବା ଅନୁଚିତ ଏହା ଫୁଲ ଚୋରି ହୋଇଥାଏ ଏବଂ ଏହାକୁ ଭଗବାନ କେବେବି ଗ୍ରହଣ କରନ୍ତି ନାହିଁ ତେବେ କିଛି ଯେତେବେଳେ ବି ଫୁଲ ଆଣିବା ସେହି ବାରି ର ମାଲିଙ୍କ ଠାରୁ ଅନୁମତି ନେଇ ଆଣିବା ଉଚିତ ।

ଏହା ଛଡା ଯେତେବେଳେ ଫୁଲ ତୋଳିବା ପାଇଁ ଯାଇଥାଉ ସେତେବେଳେ ପାଦରେ ଜୋତା କିମ୍ବା ଚପଲ ପିନ୍ଧି ଯିବା ଉଚିତ ନୁହେଁ ସର୍ଵଦା ଖାଲି ପାଦରେ ଯିବା ଉଚିତ ଏବଂ ଯେଉଁ ବସ୍ତ୍ର କୁ ଶୋଇବା ସମୟରେ ପରିଧାନ କରିଥିବେ ସେହି ବସ୍ତ୍ର କୁ ପିନ୍ଧି ଫୁଲ ତୋଳିବା ଅନୁଚିତ ସର୍ଵଦା ଅନ୍ୟ ଏକ ବସ୍ତ୍ର ପିନ୍ଧି ଫୁଲ ତୋଳିବା ଉଚିତ ଅଟେ । ଏହା ଛଡା ଫୁଲ ମିଳୁଥିବା ଗଛ କୁ କେବେବି କଷ୍ଟ ଦେବା ଉଚିତ ନୁହେଁ । ଏହା ଥିଲା ପୂଜା ପାଇଁ ଫୁଲ ତୋଳିବାର କିଛି ନିୟମ ଆଶା କରୁଛୁ ଆପଣ ମାନଂକୁ ପସନ୍ଦ ଆସିଥିବ ।

 

 

Spread the love