ବ୍ରିଟେନର ପୂର୍ବତନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଦିନିକିଆ ଶୋକ

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ପରଲୋକରେ ଆଜି ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି। ଏଥିପାଇଁ ସବୁ ସରକାରୀ ଅଫିସର୍‌ରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ଲାଲ୍‌ କିଲା ଓ ରାଷ୍ଟ୍ରପତି ଭବନରେ ବି ଲାଗିଥିବା ପତାକାକୁ ଅର୍ଦ୍ଧ ନମିତ କରାଯାଇଛି। ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟ ସ୍କଟଲାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଶ୍ୱର ଅନେକ ବଡ଼ ବଡ଼ ନେତା ଶୋଖ ପ୍ରକାଶ କରିଥିଲେ।  ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଭାରତରେ ଦିନିକିଆ ଶୋକ ଓ ପତାକାକୁ ଅର୍ଦ୍ଧନମିତ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି “ଦିମ୍ବଗତ ସମ୍ମାନନୀୟା ବ୍ୟକ୍ତିଙ୍କ ସମ୍ମାନରେ ସେପ୍ଟେମ୍ବର ୧୧ ତାରିଖରେ ଦେଶରେ  ଦିନିକିଆ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।” ଏହାଦ୍ୱାରା ଦେଶରେ ପ୍ରତ୍ୟେକ ସରକାରୀ ଅଫିସ୍‌ରେ ଓ ସୌଧରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଦନମିତ କରାଯିବ। ତା ଛଡ଼ା ଆଜି କୌଣସି ସରକାରୀ ଆମୋଦପ୍ରମୋଦର କାର୍ଯ୍ୟକ୍ରମ ହେବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।

Spread the love