FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା,ଏବେ ଟାର୍ଗେଟରେ ଜଣେ ଝିଅ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି

ବାଲେଶ୍ଵର : କ୍ରାଇମବ୍ରାଞ୍ଚର ଟାର୍ଗେଟରେ ଆଉ କିଏ ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ ? ବାଲେଶ୍ବର FM କଲେଜ ଛାତ୍ରୀ ଜୀବନ ହାରିବା ଘଟଣାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏବେ ଟାର୍ଗେଟରେ ଜଣେ ଝିଅ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ସନ୍ଦେହ ଘେରରେ ଥିବା ଏହି ଛାତ୍ରୀ ଜଣଙ୍କ କୁଆଡେ ସବୁ କଥା ଜାଣିଥିଲେ ବୋଲି କୁହାଯାଉଛି । ବିଭିନ୍ନ ସମୟରେ ଗଣ ମାଧ୍ୟମ ସାମ୍ନାକୁ ଆସିବା ସହ କ୍ରାଇମବ୍ରାଞ୍ଚର ଜେରାର ସମ୍ମୁଖୀନ ହୋଇ ବାରମ୍ବାର ବୟାନ ବଦଳାଇ ଥିଲେ ଛାତ୍ରୀ ଜଣଙ୍କ । ଏଫ୍ଏମ ମୃତ ଛାତ୍ରୀଙ୍କ ସୁଇସାଇଡ ମିଷ୍ଟ୍ରିର ପୃଷ୍ଠଭୂମି ସମ୍ପର୍କରେ ସବୁ ଜାଣିବା ସହ ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ ।

ଏବେ କ୍ରାଇମବ୍ରାଞ୍ଚ ପଞ୍ଝାରେ ମୃତ ଛାତ୍ରୀଙ୍କ ଦୁଇ ସହଯୋଗୀ ଛାତ୍ର ଓ ପୋଲିସ ଗିରଫ କରିଥିବା କଲେଜ୍ ଅଧ୍ୟାପକ ଓ ଅଧ୍ୟକ୍ଷ ରହିଥିବା ବେଳେ ମାମଲାରେ ଆହୁରି ଗିରଫଦାରୀ ବଢିବା ନେଇ ସୂଚନା ରହିଛି ।

Spread the love