ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା କଣ କ୍ଷତି ହୋଇଥାଏ

ଅନେକ ସମୟରେ ଲୋକେ ଠିଆ ହୋଇ ଖାଦ୍ୟ ଖାଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇଥାଏ।ଆଗରୁ ଠିଆ ହୋଇ ଖାଦ୍ୟ ଖାଇବା ବ୍ୟସ୍ତବହୁଳ ଜୀବନ ଥିଲା ମାତ୍ର ଏବେ
ବିବାହ, ଅନେକ ଉତ୍ସବ, କୌଣସି ଆୟୋଜନରେ ଠିଆ ହୋଇ ଭୋଜନ କରିବା ଗୋଟିଏ  ଫେସନ ହୋଇଗଲାଣି।ଏହାର କୁୁପ୍ରଭାବ ଆସନ୍ତତୁ ଜାଣିବା-

ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ପେଟ ପର୍ଯ୍ୟନ୍ତ ସଠିକ ଭାବେ ଖାଦ୍ୟ ପହଞ୍ଚି ପାରି ନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ ଯାହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ।

ଏହାସହ ଗ୍ୟାଷ୍ଟ୍ରିକ,ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
ଏପରି ମଧ୍ୟ ଅନେକ ସମୟରେ ଦେଖାଯାଏ , ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ଚୋବାଇ ନଥାଆନ୍ତି। ଏହା ସହ ମୋଟାପଣ ବୃଦ୍ଧି ହେବା ଭଳି ସମସ୍ୟା ମଧ୍ୟ ହୋଇଥାଏ।

ଖାଦ୍ୟ ନଳୀ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।
ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରରେ ସଠିକ ଭାବେ ଅବଶୋଷିତ ହୋଇ ପାରେ ନାହିଁ।

Spread the love