ଫୁଡ ଆପ୍ଲିକେସନ (ଆପ) ଜମାଟୋ ଓ ସ୍ୱିଗି ଅନେକ ସହରରେ ବନ୍ଦ

ନୂଆଦିଲ୍ଲୀ : ଫୁଡ ଆପ୍ଲିକେସନ( ଏପ୍) ଜମାଟୋ ଓ ସ୍ୱିଗି ଆଜି ଅନେକ ସହରରେ ବନ୍ଦ ହୋଇଯାଇଛି। ଏଥିଯୋଗୁ ଅସନ୍ତୁଷ୍ଟ ଗ୍ରାହକଙ୍କ ଲାଗି ଉଭୟ କମ୍ପାନୀ ଟ୍ୱିଟ୍‌ କରିଥିବା ବେଳେ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ସେବା ବନ୍ଦ ଯୋଗୁ ଲୋକେ ଟ୍ୱିଟ୍‌ରେ ନାନା ପ୍ରକାର ଅସନ୍ତୋଷ ବଖାଣିବାରେ ଲାଗିଛନ୍ତି।ଆଜି ଅପରାହ୍ନ ୨ଟା ୭ ମିନିଟ୍ ପରେ ଉଭୟ ଆପ୍ଲିକେସନରେ ଗଡବଡ଼ ଥିବାର ଲୋକେ ଜାଣିବାକୁ ପାଇଥିଲେ। ଏଣୁ ଖାଦ୍ୟ ମଗାଇବେ କଣ ଟ୍ୱିଟ୍‌ରେ ଉଭୟ କମ୍ପାନୀଙ୍କ ସେବାକୁ ନେଇ ନାନା ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ। ଏପରିକି ଲୋକେ ଡାଉନ ଡିଟେକ୍ଟର ଇଣ୍ଡିଆରେ ଅନୁସନ୍ଧାନ କରି ରିପୋର୍ଟ ଟ୍ୱିଟରରେ ସେୟାର କରିବାରେ ଲାଗିଥିଲେ। ଏଥିସହ ସ୍ୱିଗି  ‘ବୈଷୟିକ ତ୍ରୁଟି ଯୋଗୁ ଆମେ ବର୍ତ୍ତମାନ ଯେଉଁ ଦୀର୍ଘ ବିଳମ୍ବର ସମ୍ମୁଖୀନ ହେଉଛେ ଏଥିଲାଗି ଆମେ କ୍ଷମା ଚାହୁଁଛୁ’ ବୋଲି ଉଲ୍ଲେଖ କରିଛନ୍ତି।ସେହିପରି ଜମାଟୋ ଏହା ଏକ ଅସ୍ଥାୟୀ ଗଡବଡ ବୋଲି ଉଲ୍ଲେଖ କରିଛନ୍ତି ଓ ଖୁବ ଶୀଘ୍ର ତାଙ୍କ ଆପ୍‌ ପୁଣି କାମ କରିବା ଆରମ୍ଭ କରିବ ବୋଲି କହିଛନ୍ତି। ତେବେ ଆଉଟେଜ ଟ୍ରାକ୍ କରୁଥିବା ୱେବସାଇଟ୍ ଡାଉନ ଡିଟେକ୍ଟର ଅପରାହ୍ନ ୨ଟା ବେଳ ସୁଦ୍ଧା ଜୋମାଟୋର ୨ହଜାର ୩୦ ଆଉଟେଜ ରିପୋର୍ଟ ଡିଟେକ୍ଟ କରିଥିବା ବେଳେ ଏହି ସମୟରେ ସ୍ୱିଗିର ୭ଶହ ୮୯ଟି ଆଉଟେଜ ହୋଇପାରିନଥିବାର ରିପୋର୍ଟ କରିଛନ୍ତି।

Spread the love