‌ନଳିନୀକାନ୍ତ ମହାନ୍ତି ଏବଂ ମାନସୀ ଶତପଥୀଙ୍କ ସହଯୋଗରେ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୨୨/୦୪: ଯୁବସମାଜସେବୀ ‌ନଳିନୀକାନ୍ତ ମହାନ୍ତି ଏବଂମାନସୀ ଶତପଥୀଙ୍କ ମିଳିତ ସହଯୋଗରେ ସରକାରଙ୍କ ଯୋଜନାରୁ ବଞ୍ଚିତ ଥିବା ଭୁବନେଶ୍ୱର ମଞ୍ଚେଶ୍ଵର ରେଳ ଷ୍ଟେସନ ନିକଟରେ 5୦ରୁ ଉର୍ଦ୍ଧ୍ବ ଅନ୍ୟରାଜ୍ୟ ଶ୍ରମିକଙ୍କୁ  ଖାଦ୍ୟ ବଣ୍ଟା ଯାଇଛି। ସେମାନେ ଦୀର୍ଘଦିନ ହେବ  ସେଠାରେ ଫସି ରହିଥିଲେ।

ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି ସେହି ରାସ୍ତା ଅତିକ୍ରମ କରୁଥିବା ସମୟରେ ସେମାନେ ତାଙ୍କ ନଜରକୁ ଆସିଥିଲେ ଏବଂ ପଚରାଉଚୁରା କରିଥିଲେ।  ତାଙ୍କଠାରୁ ଜାଣିବାକୁ ପାଇଲେ ଯେ ସେ ଗତକାଲିଠାରୁ ଖାଦ୍ୟ ଖାଇନାହାନ୍ତି। ନଳିନୀକାନ୍ତ ମହାନ୍ତି ତାଙ୍କୁ ଚାଉଳ, ଡାଲି,ତେଲ, ଆଳୁ, ପିଆଜ, ମୁଢ଼ି,ଅଟା, ଲୁଣ, ହଳଦୀ, ମସଲା ସଂଗେସଂଗେ ନିଜ ଅର୍ଥରାଶି ରୁ କିଣି ଆଣି ଦେଇ ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ।ଏବେ ଯୁବପିଢୀ ପାଇଁ ଉଦାହରଣ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Spread the love