ଜଳେଶ୍ୱର ମ୍ୟୁନସିପାଲ୍‌ଟି ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

ଜଳେଶ୍ୱର, ୧୯/୧୦: ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଦୀର୍ଘ ଦିନ ପରେ ଜଳେଶ୍ୱର ମ୍ୟୁନସିପାଲଟି ଅଂଚଳରେ ଥିବା ବିଭିନ୍ନ ଖାଦ୍ୟ ପାନୀୟ ଦୋକାନ ଉପରେ ଚଢ଼ାଉ କରିଛି । ଖାଦ୍ୟର ମାନ ଯାଞ୍ଚ ସହିତ ଓ ଏକ୍ସପାରି ଡେଟ୍‌ର ଯାଞ୍ଚ କରିଛି । ତଦନ୍ତ ! ୩ହଜାର ଟଙ୍କା ଫାଇନ ଆଦାୟ ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ପୌରପରିଷଦ ଅଂଚଳରେ ଥିବା ବହୁ ମିଠା ଦୋକାନ ହୋଟେଲ ମାନଙ୍କରେ ଅପରିଷ୍କାର ଅସ୍ୱାସ୍ଥ୍ୟ କର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ନିମ୍ନ ଓ ବାସୀ ଖାଦ୍ୟ ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ନେଇ ବାରମ୍ବାର ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା ।

ଆଗକୁ ଦୀପାବଳି ଥିବାରୁ ଆଜି ଜଳେଶ୍ୱର ପୌର ପରିଷଦ ଷ୍ଟେସନ ବଜାରଠାରେ ଥିବା ବିଭିନ୍ନ ମିଠା ଦୋକାନ, ରାସ୍ତା ପାଖ ଉଠା ଦୋକାନ, ହୋଟେଲ, ଖାଦ୍ୟସାମଗ୍ରୀ ଗଚ୍ଛିତ ରଖୁଥିବା ପାନ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ୪ ଜଣିଆ ଟିମ୍‌ ଏବଂ ଜଳେଶ୍ୱର ପୌର ପରିଷଦର ଏକ ଟିମ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ଦୋକାନୀଙ୍କୁ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ୩ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ସପ୍ତାହକୁ ଥରେ ଜଳେଶ୍ୱର ଅଂଚଳରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।

Spread the love