ବାଜିରାଉତ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଦେବଗଡ଼,୧୬ା୧୨ : ଭାରତ ସରକାରଙ୍କ ସାଂସଦ କ୍ରୀଡ଼ା ମହୋତ୍ସବ ଅବସରରେ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ\’ ଓ ‘ଆମେ ଓଡ଼ିଆ\’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଦେବଗଡ଼ସ୍ଥିତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଦେବଗଡ ଜିଲ୍ଲାର ୨୪ଟି ଫୁଟବଲ ଦଳକୁ ନେଇ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ‘ବାଜିରାଉତ କପ୍‌\’ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚ୍‌ରେ ତିଲେଇବଣି ବ୍ଲକର ତେରେଣ୍ଡାକଟା ଫୁଟବଲ ଦଳକୁ ୧-୦ ଗୋଲରେ ପରାସ୍ତ କରି ବାରକୋଟ ବ୍ଲକ ପୁରୁଣାପାଣିର ଶିବଶଙ୍କର ଫୁଟବଲ ଦଳ ବିଜେତା ହୋଇଛି । ଏଥିସହ ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଆୟୋଜିତ ବାଜି ରାଉତ ଫୁଟବଲ ଫୁଟବଲ ପ୍ରତିଯୋଗିତାର ବିଜେତା ଦଳ ଗୁଡିକ ମଧ୍ୟରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ସେମିଫାଇନାଲରେ ଅଁଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ ଭୁଷଣ ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଧର୍ମୀଣୀ ତଥା ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ\’ର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ସଚ୍ଚିକାନ୍ତ ଦାଶ, ମାଧବୀ ଦେବୀ ଓ ସନ୍ତୋଷ କୁମାର ଭୁତିଆ ଯୋଗଦେଇ ଥିଲେ ।

Spread the love