ଶୀତଦିନେ ଡ୍ରାଏ ହେବନି ସ୍କିନ୍, ଲଗାନ୍ତୁ ଏହି ସବୁ ଫେସ୍ ପ୍ୟାକ୍

ଶୀତଦିନେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ କାରଣ ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ । ଶୀତ ଦିନରେ ସବୁଠୁ ବଡ ସମସ୍ୟା ହେଉଛି ଡ୍ରାଏ ସ୍କିନ । ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ୱଚା ସମ୍ବନ୍ଧିତ ସମସ୍ୟା ଯଥା ରୁକ୍ଷ ତ୍ୱଚା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଯାଉଛୁ ।

ଏଥିପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଜିନିଷର ବ୍ୟବହାର କରିବାକୁ ପଡିବ । କିଛି ଘରୋଇ ଜିନିଷରେ ତିଆରି ଫେସ୍ ପ୍ୟାକ୍ ବ୍ୟବହାର କରି ଆପଣ ନିଜ ତ୍ୱଚାକୁ ନରମ ଏବଂ ଚମକଦାର କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଫେସ୍ ପ୍ୟାକ୍ ବିଷୟରେ ଯାହା ଶୀତଦିନେ ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍ କରିବା ପାଇଁ କାମ କରିବ ।

ମହୁ ଏବଂ ହଳଦୀ :

ଉଭୟ ମହୁ ଏବଂ ହଳଦୀ ହେଉଛି ବହୁତ ଉପକାରୀ ଜିନିଷ । ଏଥିପାଇଁ ମହୁରେ କିଛି ହଳଦୀ ମିଶାନ୍ତୁ । ସେଥିପାଇଁ ଆପଣଙ୍କୁ ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ଲଗାଇବାକୁ ପଡିବ ଏବଂ ତା’ପରେ ମୁହଁ ଧୋଇବାକୁ ପଡିବ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣଙ୍କ ଚେହେରାରୁ ଦାଗ ଦୂର ହେବା ସହ ଚମକ ମଧ୍ୟ ଫେରି ଆସିବ । ଯଦି ଆପଣ ଏହି ସବୁ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତାହେଲେ ଏହି ୩ଟି ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ସ୍କିନ୍‌ ପାଇଁ ବେଶ୍‌ ଲାଭଦାୟକ ହେବ ।

ଆଳୁ ରସରେ ଫେସ୍ ପ୍ୟାକ୍:

ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ମୁହଁରେ ଆଳୁ ରସ ଲଗାଇବା ଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ସ୍କିନ୍‌କୁ ଚମକାଇଥାଏ । ତେବେ ଆପଣ ଆଳୁକୁ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ ୧ ଆଳୁକୁ ଗ୍ରେଟ୍‌ କରିଦିଅନ୍ତୁ । ଏହାପରେ ଆଳୁରେ କିଛି ଲେମ୍ବୁ ରସ, କ୍ଷୀର ଏବଂ ବେସନ ମିଶାନ୍ତୁ । ଏହି ପେଷ୍ଟକୁ ୨୦ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

କ୍ଷୀର ଏବଂ ବେସନ :

ସ୍କିନ୍‌ର ଚମକ ବଢାଇବା ପାଇଁ, ଆପଣ ଗୋଟିଏ ଚାମଚ ବେସନକୁ ଦୁଇ ଚାମଚ କ୍ଷୀରରେ ମିଶାଇ ଆପଣଙ୍କ ମୁହଁରେ ଲଗାଇ ପାରିବେ । କ୍ଷୀର ଏବଂ ବେସନର ମିଶ୍ରଣ ଆପଣଙ୍କ ସ୍କିନ୍‌ର ହଜିଯାଇଥିବା ଚମକକୁ ଫେରାଇ ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଏହାକୁ ଲଗାଇବା ପାରେ ମାତ୍ର ୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରନ୍ତୁ ଦେଖିବେ ଆପରଙ୍କ ସ୍କିନ୍‌ ର ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ ।

Spread the love