ଏ ଗାଡି କାହାର ?
ଏ ଗାଡି କାହାର ? ସହର ମଝିରେ ଯିବା ଆସିବା କରୁଛି। ଏହି ଫର୍ଡ ଏଣ୍ଡାଭିଅର ଗାଡିଟି ବେଶି ପୁରୁଣା ଦେଖାଯାଉନି । ଗାଡିର ମାଲିକ ନିହାତି ଜଣେ ଧନୀ ଲୋକର କିମ୍ବା ସହରରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହୋଇଥିବ । ଏ ଗାଡିକୁ ଭଲ ଭାବରେ ଦେଖନ୍ତୁ । କାର ଭିତରେ ଅନେକ ଥର ଅନୈତିକ କାର୍ଯ୍ୟ ଧରାପଡିବା ପରେ ଏହାକୁ ରୋକିବା ପାଇଁ କାର କାଚରେ କଳା ଜରି ଫିଲିଂ କରିବାକୁ ପୁଲିସ ପକ୍ଷରୁ ବାରଣ କରାଯାଇଥିଲା । ଏମିତି କି ଧରାପଡିଲେ ଜୋରିମାନାର ଦଣ୍ଡବିଧାନ ମଧ୍ୟ ରହିଛି ।
ହେଲେ ଉକ୍ତ ଗାଡିର ମାଲିକ କଣ ଆଇନର ଊର୍ଦ୍ଧ୍ୱରେ । କଣ ଗାଡି ମାଲିକଙ୍କୁ ଆଇନ କାନୁନକୁ ଡରନାହିଁ । ନା ଏହି ପ୍ରଭାବଶାଳୀ ବ୍ୟକ୍ତିକୁ ଆଇନର ଭୟ ନାହିଁ । ଯଦି ସାଧରାଣ ବ୍ୟକ୍ତି ହୋଇଥାନ୍ତେ ତେବେ ପୁଲିସ ଜୋରିମାନା କରିସାରନ୍ତାଣି। ତେବେ ଏଠାରେ ଆଲୋଚନା ହେଉଛି ଯେ ଏ ଗାଡି କାହାର ? ପୁଲିସ ଗାଡିମାଲିକଙ୍କ ଉପରେ ଜୋରିମାନା କରିବ ତ ?