ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ

ଭୁବନେଶ୍ୱର: ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ଓ ଅନେକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରଣବ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ଅନେକ ବିକାଶ କାମ କରିଛନ୍ତି। ତାଙ୍କର ବିଜେଡିରେ ଯୋଗଦାନ କେବଳ ରେଙ୍ଗାଲିରେ ବିଜେଡିକୁ ସଶକ୍ତ କରିବ ନାହିଁ, ରେଙ୍ଗାଲି ଓ ସମ୍ବଲପୁର ଲୋକସଭାରେ ବଡ଼ ବିଜୟ କରାଇବ। କାରଣ ବଡ଼ ବଡ଼ ନେତା ବିଜେଡିରେ ମିଶୁଛନ୍ତି। ଦଳ ଆହୁରି ସଶକ୍ତ ହେବ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ସେପଟେ ଦୁର୍ଯ୍ୟୋଧନ ଗରଡିଆ କହିଛନ୍ତି ଆଜି ମୁଁ ବିଜେଡିରେ ପ୍ରବେଶ କରିଛି. ମୋର ରାଜନୈତିକ ଅଭିଜ୍ଞତା ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପ୍ରତି ମୋର ଆସ୍ଥା ରହିଛି। ଅଂଚଳରେ କାମ କରି ପାରିବି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମରେ ମୁଁ ଅନୁପ୍ରାଣିତ ହୋଇଛି। ଯାହା ଦାୟିତ୍ୱ ମିଳିବ, ତାହାକୁ ସଠିକ ଭାବେ ତୁଲାଇବି।

Spread the love