ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର6/10 : ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କାର୍ତ୍ତିକେଶ୍ୱର ପାତ୍ର ।

ମୁଖ୍ୟମନ୍ତ୍ରୀଙ୍କ ଶୋକ
କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ କାର୍ତ୍ତିକେଶ୍ୱର ପାତ୍ର । ତାଙ୍କ ବିୟୋଗ ଖବର ଶୁଣି ଜନ୍ମମାଟି ଭୋଗରାଇ ଓ ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ।

Spread the love