ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ମୋହନ ଜେନାଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ଯାଜପୁରରୁ ବିଜେଡି ଟିକେଟରେ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମୋହନ ଜେନା। ପରେ ୨୦୧୯ରେ ବିଜେପିରେ ମିଶିଥିଲେ। ସେ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରରୁ କ୍ରମାଗତ ବିଜୟ ହାସଲ କରିଥିଲେ।

Spread the love