ଭୁବନେଶ୍ୱର କ୍ଲବର ନୂଆ ମୁଖିଆ ହେଲେ ଅସିତ ତ୍ରିପାଠୀ

  ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ । ନୂଆ ମୁଖିଆ ଭାବେ ନିର୍ବାଚିତ ହୋଇଛନ୍ତି । ୨୭୮ ଭୋଟରେ ବିଜୟ ପଟ୍ଟନାୟକଙ୍କ ଠାରୁ ଜିତିଛନ୍ତି ଅସିତ ତ୍ରିପାଠୀ । ବିଜୟ ପଟ୍ଟନାୟକଙ୍କୁ ମିଳିଛି ୪୯୮ ଭୋଟ । ବର୍ତ୍ତମାନ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି।
୨୦୧୩ରେ ଶେଷ ଥର ପାଇଁ ଭୁବନେଶ୍ଵର କ୍ଲବରେ ନିର୍ବାଚନ ହୋଇଥିଲା। ଏହାପରଠାରୁ କ୍ଲବ ସଭାପତି ଓ ଅନ୍ୟ କର୍ମକର୍ତ୍ତା ପଦ ପାଇଁ ସିଲେକ୍ସନ ହେଉଥିଲା। ୧୯୫୦ରେ ପ୍ରଥମ ସଭାପତି ହୋଇଥିଲେ ଖଲ୍ଲିକୋଟ ରାଜା। ସେହିଦିନଠାରୁ ୧୯୬୪ ପର୍ଯ୍ୟନ୍ତ ବିଭିନ୍ନ ରାଜ ପରିବାରର ମୁଖ୍ୟ କିମ୍ବା ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ପଦରେ ରହି ଆସୁଥିଲେ। ୧୯୬୪ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକ ସଭାପତି ରହିବା ପରେ କ୍ଲବର ମଙ୍ଗ ଜଣେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ହାତରେ ରହି ଆସୁଛି।

Spread the love