ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

ଲକ୍ଷ୍ନୌ ୨୪/୦୭ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବର୍ତ୍ତମାନ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି । ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଏହି ବୟାନ ଜାରି କରାଯାଇଛି ।

ମେଡିକାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜୀ, ନେଫ୍ରୋଲୋଜୀ, ନ୍ୟୁରୋଲୋଜୀ ଏବଂ ଏଣ୍ଡକ୍ରିନୋଲୋଜୀ ବିଭାଗର ଡାକ୍ତରୀ ଟିମ ଲଗାତାର ଭାବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମେଡିକାଲ ନିର୍ଦେଶକ ପ୍ରଫେସର ଆରକେ ଧୀମାନ ।

୮୯ ବର୍ଷୀୟ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ଗତ ଜୁଲାଇ ୪ ତାରିଖରେ ଅସୁସ୍ଥ ହୋଇପଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉତ୍ତର ପ୍ରଦେଶର ତମାମ ବିଜେପି ନେତା କଲ୍ୟାଣ ସିଂହଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଅନନ୍ଦୀବେନ ପଟେଲ ହସ୍ପିଟାଲରେ ପହଞ୍ଚି କଲ୍ୟାଣ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟ​‌ରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ।  

Spread the love