ବ୍ରାଉସୁଗର କାରବାର ପାଇଁ ଚାରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର କୋର୍ଟ

ଭୁବନେଶ୍ୱର : ବ୍ରାଉନସୁଗର କାରବାର ପାଇଁ ୨୦ ବର୍ଷ ଜେଲ ଦଣ୍ଡ । ଚାରି ଜଣ ଅଭିଯୁକ୍ତଙ୍କୁ ସଜ୍ଜା ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦ଜଣ ସାକ୍ଷୀ ଓ ୨୮ଟି ଡକ୍ୟୁମେଣ୍ଟ ଆଧାରରେ ସଜ୍ଜା ଶୁଣାଇଲେ ସ୍ବତନ୍ତ୍ର କୋର୍ଟ  ।  ୨୦୨୨ ମସିହା ମାର୍ଚ୍ଚ ୧୦ତାରିଖରେ ଜଟଣୀ ରାଜା ବଜାର ଗଜପତି ନଗରୁ ଜବତ ହୋଇଥିଲା ୧କେଜି ୩୨୦ଗ୍ରାମ ବ୍ରାଉନସୁଗର ।

ଜବତ ବ୍ରାଉନସୁଗର  ସହ କାରବାର କରୁଥିବା ଚାରି ଜଣଙ୍କୁ ଗିରଫ କରିଥିଲା STF ।  ଏହି ମାମଲାରେ   ଏସ କେ ଇରାନ,ଏସ କେ ସମୀର ,ସୟେଦ ଇମତାଜ ଓ ରତିରଞ୍ଜନ ରାଉତଙ୍କୁ ସଜା ଶୁଣାଇଛନ୍ତି କୋର୍ଟ ।  ପ୍ରତ୍ୟେକଙ୍କୁ  ଏକ ଲକ୍ଷ ଲେଖାଏଁ ଜରିମାନା ସହ ଅନାଦେୟ ୨ବର୍ଷ ଅଧିକ ଜେଲ ମଧ୍ୟ ଶୁଣାଣି କରିଛନ୍ତି କୋର୍ଟ ।   ଏନେଇ ସୁଚନା ଦେଇଛନ୍ତି କେସ ପରିଚାଳନା କରୁଥିବା ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ।

Spread the love