ପୁଣି ଟ୍ରେନ୍ ପୋଡ଼ିଲେ; ମଗଧ ଏକ୍ସପ୍ରେସ୍‌ର ୪ ବଗିରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ ଏବେ ୧୨ ରାଜ୍ୟକୁ ବ୍ୟାପିଲାଣି। ବିରୋଧ ପ୍ରଦର୍ଶନ ବେଳେ ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଆହତ ହୋଇଛନ୍ତି।  ଏହି ଘଟଣାରେ ୨୩୮ଟି ଟ୍ରେନ୍‌ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ୧୬୪ ଟ୍ରେନ୍ ବାତିଲ କରାଯାଇଛି। ବିକ୍ଷୋଭକାରୀମାନେ ପୁଣି ୪ ଟ୍ରେନ୍ ବଗି ପୋଡ଼ି ଦେଇଛନ୍ତି। ନାଳନ୍ଦା ଷ୍ଟେସନ୍‌ରେ ଛିଡ଼ା ହୋଇଥିବା ମଗଧ ଏକ୍ସପ୍ରେସର ୪ ବଗିରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ। ଏହି ସମୟରେ ଷ୍ଟେସନ୍‌ରେ ପଥର ମାଡ଼ ହେବା ସହ ଭଙ୍ଗାରୁଜା କରାଯାଇଛି। ଷ୍ଟେସନ୍‌ରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେହିଭଳି ବିହାର ଷ୍ଟେସନ୍‌ରେ ପ୍ରଦର୍ଶନକାରୀମାନେ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅନ୍ୟପଟେ ଉତ୍ତରପ୍ରଦରେଶରେ ସିସିଟିଭ୍  ଫୁଟେଜ୍ ଆଧାରରେ ୧୦୦ ଜଣଙ୍କୁ ଗିରଫ କରାଯାଇଛି। କାହାକୁ ଛଡ଼ାଯିବନାହିଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲିଆ ଡିଷ୍ଟ୍ରିଟ୍‌ ମାଜିଷ୍ଟ୍ରେଟ୍ କହିଛନ୍ତି।ଏପଟେ ବିହାର୍‌ ମେଧାପୁରରେ ବିଜେପିର ଦୁଇଟି ଅଫିସ ପୋଡ଼ିବା ସହ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଦେପି ମୁଖ୍ୟଙ୍କ ଘର ଭଙ୍ଗାରୁଜା ହୋଇଛି।  ବିଜେପିର ଜଣେ ନଗରପଞ୍ଚାୟତ ଚେୟାରମ୍ୟାନ୍ ରାଜପାଲ୍ ସିଂହଙ୍କୁ ଗାଡ଼ିକୁ ଜାଳି ଦିଆଯାଇଛି। ଅଗ୍ରାରେ ଏଡିଜିଙ୍କ କାର୍‌ କାଚ ଭାଙ୍ଗିଦେଇଛନ୍ତି ଉପଦ୍ରବକାରୀ।

Spread the love