୪ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

ଭୁବନେଶ୍ୱର: ମହାବାତ୍ୟା  ‘ଅମ୍ଫାନ୍’ ଦ୍ୱାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନା  ଅନୁସାରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ‘ଅମ୍ଫାନ୍’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ୪ ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଲାଗି ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ଏହି ୪ ସଚିବ ହେଲେ:

୧) ପରିବହନ ବିଭାଗ ପ୍ରମୂଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ଵର ଦାୟିତ୍ୱ ପ୍ରଦାନ କରାଯାଇଛି ।

୨) ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କୁ ଭଦ୍ରକ ଦାୟିତ୍ୱ ମିଳିଛି ।

୩) ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଛି ।

୪) ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

Spread the love