ଦୁଇ କାର୍ ମୁହାଁମୁହିଁ ଧକ୍କା, ୪ ଜଣଙ୍କ ମୃତ୍ୟୁ
କୋରାପୁଟ : ଦୁଇ କାର୍ ମୁହାଁମୁହିଁ ଧକ୍କା । ଚାଲିଗଲା ୪ ଜୀବନ । କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ସଫାରୀ ଗାଡ଼ି ସହ ସେଲେରିଓ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ସେଲେରିଓରେ ଥିବା ୪ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ସଫାରୀ ଗାଡି ଡ୍ରାଇଭରଙ୍କ ବି ମୃତ୍ୟୁ ହୋଇଛି ।
ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଲେରିଓ ଗାଡିଟି କୋରାପୁଟରୁ ଦାମନଯୋଡି ଯାଉଥିଲା । ମୃତକ ଓ ଗୁରୁତର ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ସୁନାବେଡା ପୋଲିସ ।
